ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଅଧ୍ୟୟନରୁ ଲେଖା ଜାତ
ପୁନର୍ଲିଖନ ଅବ୍ୟାହତ
ରହିଲେ ଏ କାଳ ସହିତ
କିଏ କି ହୁଏ ଉପକୃତ?
ସ୍ବାନୁଭୂତିକୁ ମୂଳ ପୁଂଜି
କରିବା ପାଇଁ ହେଲେ ରାଜି
ବର୍ତମାନ ସହିତ ଲାଖି
ବହୁ କଥା ପାରିବା ଲେଖି
ଅଯଥା ହେଲେ କାଳଚ୍ୟୁତ
ଅତୀତ ଆଉ ଭବିଷ୍ୟତ
ଅକ୍ଳେଶେ ହେଲେହେଁ ଲିଖିତ
ହୁଏନି ସାହିତ୍ୟର ହିତ
ଲିଖିତ କଥା ବାରଂବାର
ଲେଖିବା ନୁହେ ଦରକାର
ନୂତନ ଚିଂତା ଓ ଭାବନା
ଲେଖିବାକୁ ନ କରୁଁ ମନା
ଲେଖାରେ ବାରଂବାରିକତା
ରଖିବା ନୁହେ ଭଲ କଥା
ନୂତନ ଭାବନା ଓ ଚିଂତା
ବଢ଼ାଏ ଭାଷା ସରସତା
ଭାଷାର ଗତି ନିୟଂତ୍ରଣ
ପ୍ରୟାସକାରୀ ଜ୍ଞାନୀଗଣ
ହୁଅଂତି ମିଛେ ହଇରାଣ
ତାଂକ ଇଚ୍ଛା ହୁଏନି ପୂର୍ଣ
ଖୁଚୁରା କାମ ନିତି କରି
ଓଡ଼ିଆ ଲୋକ ଯାଏ ହାରି
କିପରି ସୁଦୀର୍ଘ ସାଧନା
କରଂତି, ତାକୁ ତା ଅଜଣା !
ଅଳପ ଲେଖି ବେଶି ଆଶା
କରିଲେ ବଢ଼ଇ ଦୁର୍ଦଶା
ଏହା ତ ଅଂଗେନିଭା କଥା
ବୁଝିଲେ ବଦଳେ ଅବସ୍ଥା
Comments are closed.