Latest Odisha News

ଭାଷା ଭାଗବତ : ଦୁର୍ବଳ, ସବଳ, ବୁଦ୍ଧିଆ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ଦୁର୍ବଳ ହୁଏ ଅନୁଗତ
ସବଳ ହୁଏ ଚର୍ଚାରତ
କେବଳ ବୁଦ୍ଧିଆ ମଣିଷ
ସମୟ କରେନାହିଁ ନାଶ

ଦୁର୍ବଳ ଲୋକ କରେ କଳି
ବଳୁଆ ଦିଏ ସବୁ ଟାଳି
ବୁଦ୍ଧିଆ ଦୁହିଂକୁ ଉପେକ୍ଷା
କରି ହୁଏ ନିଜର ସଖା

ମତ ଜ୍ଞାପନ ଅଧିକାର
ଥିଲେ ବି ତା’ର ବ୍ୟବହାର
ନୁହଇ ବାଧ୍ଯତାମୂଳକ
ବୁଝିପାରେ ବୁଦ୍ଧିଆ ଲୋକ

ଦୁର୍ବଳ ହୁଏ ଶକ୍ତିହୀନ
ସବଳ ହୁଏ ଶକ୍ତିମାନ
କେବଳ ବୁଦ୍ଧିଆ ମଣିଷ
ମନରୁ ଗର୍ବ କରେ ଶେଷ

ଶାରୀରିକ ଗଠନ ବଳେ
କେବେ ବି ସଂସ୍କୃତି ନ ଚଳେ
ଉପଯୋଗ ନ କଲେ ମେଧା
ଉପୁଜେ ବହୁବିଧ ବାଧା

ସମୟ, ଶକ୍ତି କଲେ ନଷ୍ଟ
ବୁଦ୍ଧି ବି ଆପେ ହୁଏ ଭ୍ରଷ୍ଟ
ମଣିଷ ପାଏ ଯଦି କଷ୍ଟ
ତା କୃତି ହୁଏନି ଉତ୍କୃଷ୍ଟ

ସମୟ ଯାଉଥାଏ ବିତି
ବଦଳେନାହିଁ ଲୋକମତି
ପରିବର୍ତନ ପ୍ରତି ଭୀତି
ହୋଇଛି ତାଂକର ପ୍ରବୃତ୍ତି

ବନାନ ପ୍ରତି ଦେଲେ ଧ୍ୟାନ
ରଚନା ହୁଏ ତ୍ରୁଟିଶୂନ୍ୟ
ଲେଖକ ହେଲେ ବେପରୁଆ
ପାଠକ ହୁଏ ଅଳସୁଆ

ଅତି ଅଧିକ ବ୍ୟାକୁଳତା
ନିଶ୍ଚିହ୍ନ କରଇ ଶୁଦ୍ଧତା
ଶିଖିବା ପାଇଁ କଲେ ମନ
ଅଦୃଶ୍ୟ ହେବେ ତ୍ରୁଟିମାନ

ପାରସ୍ପରିକ ସହଯୋଗ
ଯୋଗାଏ ଅନେକ ସୁଯୋଗ
ବାରଂବାର ନ କଲେ ତ୍ରୁଟି
ଚିଂତା, ଭାବନା ପାରେ ଫୁଟି

ତ୍ରୁଟି ଘଟିଲେ ବାରଂବାର
ଭାଷାଟେ ହୁଏ ନାରଖାର

Comments are closed.