ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଯାହା ବି ଥିଲା ତତ୍କାଳୀନ
ଏବକୁ ହେଲାଣି ବିଲୀନ
ଅଥଚ ସଦ୍ୟ ଅଦ୍ୟତନ
କରୁନି ମନ ଆକର୍ଷଣ
ଏବେ ବି ସୁଦୂର ଅତୀତ
ଦ୍ବାରା ହୋଇଲେ ପ୍ରଭାବିତ
ଯାହା ହେବାର କଥା ହୁଏ
ସ୍ବଭାଷା ପାଦେ ନ ଆଗାଏ
ଭାଷାର ପ୍ରତି ଅନାଦର
ଭାବ ଥିଲେ ହେଁ ଲୋକଂକର
ମିଳୁନି କିଛି ପ୍ରତିକାର
ଘଟୁନି କଳ୍ପିତ ସଂସ୍କାର
ଅସଂଖ୍ୟ ପୁରାଣ ପାଠକ
ପାଲଟିଗଲେ ପ୍ରବଚକ
ମଂତ୍ରମୁଗ୍ଧ ଅନେକ ଲୋକ
ହୋଇଲେ ମନୁଷ୍ୟ ପୂଜକ
ପ୍ରାଚୀନପଂଥୀ ହୋଇ କେହି
ପୁନର୍ଲିଖନ କଲେ ବହୁ ବହି
ପରୋକ୍ଷ ଜ୍ଞାନର ଉଦ୍ଧୃତି
ଯୋଗୁଁ ତ ହୁଏନି ଉନ୍ନତି
ପରସ୍ପର ସହିତ କଳି
କରି ଅନେକେ ଏଠି ଚଳି
ଦେଖାଂତି ଭାଷାର ସ୍ବରୂପ
ଯାହା ହେଲାଣି ଧ୍ବସ୍ତ ସ୍ତୂପ
ଆଗାମୀ ସମୟର ପାଇଁ
ଯା ମନେ ତିଳେ ଚିଂତା ନାହିଁ
ସେ ବଂଚେ ଜୈବିକ ଜୀବନ
କରେନି ଭାଷା ଉନ୍ନୟନ
ବୟସ୍କ ଅଭିଜ୍ଞ ଲେଖକ
ସ୍ବେଚ୍ଛାରେ ହୋଇ ଏବେ ମୂକ
ସାଧନା ପ୍ରତି ଦେଇ ଧ୍ୟାନ
କରଂତୁ ମେଳନ ବର୍ଜନ
ବୁଝିଲେ ଅକ୍ଷରର ଶକ୍ତି
ଉତ୍ସବ ପ୍ରତି ଅନୁରକ୍ତି
ଚଂଚଳ ପାଇଥାଏ ହ୍ରାସ
ମନ ବି ହୁଏନି ଉଦାସ
ନ କରି କୃତି ମୂଲ୍ୟାଂକନ
କେବଳ କଲେ ବିଶ୍ଳେଷଣ
ବ୍ୟକ୍ତି କରେନି ନିର୍ଧାରଣ
ଉତ୍କୃଷ୍ଟତାର ପରିମାଣ
କଲେଁ ହେଁ ଶିଖରେ ନିବାସ
ଭୂମିପ୍ରେମୀଂକୁ ଉପହାସ
କରିବା ପାଇଁ ଅଧିକାର
ବିଶ୍ବରେ ନ ଥାଏ କାହାର
ସାହିତ୍ୟ ଲୋଡ଼େନାହିଁ ନେତା
ପ୍ରତିଭା, ସାଧନା, ଦକ୍ଷତା
ଯୋଗୁଁ ହିଁ ହୁଏ ଭାଷା କାମ
କେହି ତ ନୁହଂତି ଅକ୍ଷମ
Comments are closed.