କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା
ସୂର୍ଯ୍ୟ ଉଦୟ ହେଉଚି କି ନାଇଁ,
ଜହ୍ନରୁ କଣ ଦାଗ ଲିଭିଲାଇଁ?
ଫୁଲରେ କଣ ସେମିତି ବସୁଛି ଭଅଁର,
ଗାଆଁରୁ କେତେ ଦୂର ବାକିଅଛି ସହର??
ଏତେକଥା କହିହେବ ନାଇଁ,
ଅନ୍ଲାଇନି ଜୀବନରେ ସମୟ କାଇଁ??
ଚିଠି ତ ଗଲାଣି ବହୁଦିନରୁ ଶୋଇ,
ଏବେ ଅନାହାର ମୃତ୍ୟୁ ଅପେକ୍ଷାରେ ବହି!
ଫୋନ୍ କଲ୍ ଉଠେଇବା କଷ୍ଟକର,
ଶବ୍ଦକୁ ଦୁର୍ବ୍ୟବହାର କରି ମେସେଜ କର!!
ସମୟ ନାହିଁରେ ସମୟ ନାଇଁ,
ଅନ୍ଲାଇନି ଫେରାର ସମୟକୁ ନେଇ!!
ବିନା ଚିନିରେ କଫି ମିଠାଲାଗେ କି ପିତା,
କୋମଳ କି କଠୋର ବୁଢାବୁଢୀଙ୍କ କଥା?
କେତେବେଳେ ଫୁଲଫୁଟେ କାହା ବଗିଚାରେ,
କିଏ ମଲେ କେତେବେଳେ କାହା ଘରେ??
ଦେହ ନୁହେଁ ଦିଅ ଫଟୋ ଫଠେଇ,
ଅନ୍ଲାଇନି ଖେଳୁଅଛି ହୃଦୟକୁ ନେଇ!!
କେବେଠୁ ଘରେ ରହିଲାଣି ଝିଅ,
କେବେ ଡେଟିଂରେ ନେଲା କୋଉଦେଶ ପୁଅ?
ମନଦେଇକି କଣ ପାଠସାଠ ପଢୁଛି,
ଦେଖଦେଖ ଶୋଇନି ଅନ୍ଲାଇନି ରହିଛି!!
ପୁଅ ଝିଅ ଏକ୍ ଫରକ ନାଇଁ,
ଅନ୍ଲାଇନି ଦେଇଛି ଲିଙ୍ଗକୁ ଉଡେଇ!!!
ପିଅ ପିଅ ପେଟେକରି ପାଣି ପିଅ,
ଯାଅ ଯାଅ ଘର ଭିତରେ ପାଇଖାନା ଯାଅ!
ଖାଅ ଖାଅ ଘରକୁ ଖାଦ୍ୟ ମଗାଇ ଦିଅ,
ଦିଅ ଦିଅ ଝରକାବାଟେ ଫୋପାଡି ଦିଅ!
ଅଳିଆ ସ୍ବଛହେବ ଫଟୋ ଉଠେଇ,
ଅନ୍ଲାଇନି ଅଳିଆ ଓ ସଫାର ସଙ୍ଗମ ସହି!
Comments are closed.