Latest Odisha News

BREAKING NEWS

Browsing Category

କୁଳାଙ୍ଗାର ଉବାଚ

କୁଳାଙ୍ଗାର ଉବାଚ : ପରିବା ପ୍ରାର୍ଥନା

ପ୍ରଭୁଙ୍କ ପ୍ରସାଦ ତୁମେ ବାବାଜୀଙ୍କ ପ୍ରିୟ ସାଦାଖିଆ ଭକତଙ୍କ ତୁମଠାରେ ଜୟ! କୃପା କରି ସୁରୁ ହେଉ ମହଙ୍ଗା ସରିବା, ଜୟ ଜୟ ହେ ଜୟ ଜୟ ହେ ପରିବା...॥ ଜୟ ଜୟ ବାଇଗଣ ପରିବାର ରାଜା କୃପାକର କଡେଇରେ ହେବାପାଇଁ ଭଜା! ତୁମେ ଏବେ ଅପହଞ୍ଚ ମୋ ବେଏଗରେ ତୁମକୁ ପାଇବା ପାଇଁ ମୁଁ…

କୁଳାଙ୍ଗାର ଉବାଚ : ସବୁଦିନ ଛୁଟି ହେଉ !

ବହୁ ଜିନିଷ ତ ମିଳିଲାଣି ମାଗଣାରେ, କାହିଁକି ପଢିବା ଓ ଖଟିବା ବେକାରରେ! ସୋମବାର ଅଟେ ବଡ ପବିତ୍ର ବାର, ଏହିଦିନ ବ୍ରତ ରଖିଲେ ହର ଦିଅନ୍ତି ବର! ମଙ୍ଗଳବାର ମାଆ ମଙ୍ଗଳାଙ୍କର ଦିନ, ପୂଜିଲେ କୃପା କରି ଦିଅନ୍ତି ଧନ ଜନ! ଲାଭ ମିଳେ ବୁଧବାରେ ବୁଧେଇ ଓଷା କଲେ, ମାଆ ତାହା…

କୁଳାଙ୍ଗାର ଉବାଚ : ରେଳଯାତ୍ରା…. ଜାଣିବା କଥା!

ବନ୍ଧୁଗଣ! ଜାଣି ଖୁସିହେବେ କି ମୁଁ ଏବେ ବି ସେମିତି ଦରିଦ୍ର ଅଛି; ତେଣୁ ଦୂରସ୍ଥାନକୁ ବ୍ୟୋମଯାନରେ ନଯାଇ ଭାରତୀୟ ରେଳରେ ଯାତ୍ରା କରୁଛି! ସତକଥା ହେଲା ଧାରଣା ଉପରେ ଧାବମାନ ରେଳର ଗୋଟେ ବାସ୍ନା ଅଲଗା; ବାରମ୍ବାର ବ୍ୟବହାର କରିକରି ରେଳ ନିଶାଗ୍ରସ୍ତ ପାଲଟିଚି ଏ ଅଭାଗା ।…

କୁଳାଙ୍ଗାର ଉବାଚ : ଦୋଷ ଫୁଲର

ଯଦି ଫୁଲ ନଥାନ୍ତା ପ୍ରେମ ନଥାନ୍ତା, ଯଦି ପ୍ରେମ ନଥାନ୍ତା ପ୍ରତାରଣା ନଥାନ୍ତା ଯଦି ପ୍ରତାରଣା ନଥାନ୍ତା ମାମଲା ନଥାନ୍ତା, ଯଦି ମାମଲା ନଥାନ୍ତା ୟୁଟୁବ ଚାନେଲ ନଥାନ୍ତା! ଯଦି ଫୁଲ ନଥାନ୍ତା ସୁଗନ୍ଧ ନଥାନ୍ତା, ଯଦି ସୁଗନ୍ଧ ନଥାନ୍ତା ଦୁର୍ଗନ୍ଧ ନଥାନ୍ତା ଯଦି ଦୁର୍ଗନ୍ଧ…

କୁଳାଙ୍ଗାର ଉବାଚ : ନମରି ବି ମରିହେବ..!

ମା କହେ ମୁଁ ମରି ଯାଉଥାଏ ମୋ ଗାଲରେ ଚୁମା ଦେଇ; ଶ୍ରୋତା ମୋର ବ୍ୟଙ୍ଗ ଶୁଣି ହସି କହେ ମୁଁ ମରିଗଲିରେ ଭାଇ! ପ୍ରେମିକା ହାଣଇ ଆଖିରେ ତାହାର ପ୍ରେମରେ ଦିଅଇ ମାରି; ସ୍ବର୍ଗ ଦେଖିଚି ଅନେକ ଥର ମୁଁ ବାଆର ଭିତରେ ଦି ବୋତଲ ମାରିଦେଇ!! ଏତେ ସୁବିଧା ଥାଉ ଥାଉ କିଆଁ…

କୁଳାଙ୍ଗାର ଉବାଚ : ହାତୀଟିଏ ମୁଁ ହାତୀଟିଏ

ହାତୀଟିଏ ମୁଁ ହାତୀଟିଏ ତମେ ତ ଲଢୁଆ ଜାତିଟିଏ, ଗଛ ଲଗେଇକି ଜଙ୍ଗଲ ବଢାଅ ମୋ ବେକରେ କିଆଁ କାତିଟିଏ? ହାତୀଟିଏ ମୁଁ ହାତୀଟିଏ, ଅଛ କିଏ କହ ମାଈକା ଲାଲ୍ ବଞ୍ଚେଇ ପାରିବ ମୋତେ କିଏ?? ତମ ଠାକୁରକୁ ମୋରି ପରିକା ବେଶକରି କୁହ କଳାହାତୀ; ହେଲେ ମୋ ପାଇଁ କାହିଁକି ପ୍ରତିଦିନ…

କୁଳାଙ୍ଗାର ଉବାଚ : ଗରମ କବିତା

ଏମିତି ଗରମ ହେଉଛି ଯେମିତି ମଣିଷକୁ ସୂର୍ଯ୍ୟ କରୁଛନ୍ତି କିବା ଫ୍ରାଏ; ଆମଠୁ ଦେଖିକି ଗରମ ଖାଦ୍ୟ ଖାଇବାକୁ ଆଉ ମନ କରିଲେ କି ସିଏ? ଏସି ଭିତରେ ଯେ ରହୁଛନ୍ତି ଯଦି ବାହାରକୁ କେବେ ଆସିଲେ; ମୁହଁରେ ତାଙ୍କର ବେଲୁନ୍ ଫୋଟକା ଆହା କି ସୁନ୍ଦର ଦିଶିଲେ! ଖରାଦିନ ଅଟେ ଓଡିଆଙ୍କ…

କୁଳାଙ୍ଗାର ଉବାଚ : ବଡ ପାଇଖାନା

ବଳିଆ ଭାଇ ପଚାରିଲେରେ ଜଗା ଆମର ତ ପାଇଖାନାର ଆବଶ୍ୟକତା ନାହିଁ; କଣ ପାଇଁ କରୁଛନ୍ତି ଗୋଟେ ଆମ ପାଇଁ ପୁଣି ଗୋଟେ ଭଉଣୀ ଓ ତୋ ସ୍ତ୍ରୀ ପାଇଁ? ଜଗା କହିଲେ - ଭାଇ ଆମେମାନେ ସିନା ମଣିଷ ପରି ନାନା ଅଭ୍ୟାସ କରିଛେ; ହେଲେ ଖାଇବା ଓ ମଳତ୍ୟାଗ କରିବା କାମଟିକୁ ତ ମଣିଷଙ୍କ ପାଇଁ…

କୁଳାଙ୍ଗାର ଉବାଚ : ଖରା ଖୋଳତାଡ଼

ଯଦିଓ ଅଧିକାଂଶ ମଣିଷ କଥା କଥାରେ ଗରମ ହୁଅନ୍ତି; ଏ ଦିନେ ଅଧିକ ଗରମ ବୋଲି ବିଚରା ଖରାକୁ ଦୋଷ ଦିଅନ୍ତି! ସବୁ ତ ଗରମାଗରମ ଚାହୁଁଚେ ଆମେ ଖାଉ ପିଉ ଶୋଉ; ସେଥି ପାଇଁ ଖରା ବୋଧେ କହୁଥିବ ମଣିଷ ନିଜେ ବି ଗରମ ହେଉ! ଶୀତରେ ବି ଆମ ନାୟିକାଙ୍କ ଖୋଲା ଦିହକୁ ଯଦି ଖରା…

କୁଳାଙ୍ଗାର ଉବାଚ : ଏସ୍.ପି ଶାସନ ଚଳିବ ନାଇଁ

ଖିଆପିଆ ଗଣ୍ଡଗୋଳ ସହିତ ନିର୍ବାଚନ ଗଲେ ସରି; ପଞ୍ଚାୟତରେ ସରପଞ୍ଚ ପତି ଏସ୍.ପି ହୁଅନ୍ତି ଭରି! ସଂରକ୍ଷଣ ଯୋଗୁଁ ବାଧ୍ୟ ହୋଇ ସିନା ପତ୍ନୀଙ୍କୁ କରିଲେ ଠିଆ; ମନ କିନ୍ତୁ ନାହିଁ ଛାଡିବାକୁ ତାଙ୍କୁ କ୍ଷମତା ଓ ଖିଆପିଆ !! ଡର କାଳେ ସିଏ ସବୁ ଅଳିଆକୁ ସୁବିଧାରେ ଗଲେ ଶିଖି;…