କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା
ସବୁ ପୁରୁଷମାନଙ୍କୁ ମୋ ତରଫରୁ
ହୃଦୟରୁ ହାପି ପୂଜା ;
ଆପଣଙ୍କଠାରେ ମହିଷାସୁର ଗୁଣ ଥିଲେ
ଦେବୀଙ୍କ ଦ୍ବାରା ହତ୍ୟା ହେବାକୁ କରନ୍ତୁନି ଲଜ୍ଜା!
ଏବେ ଘରେ ଘରେ ଏପଟ ସେପଟ ହୋଇ
ସମ୍ପର୍କ ଯାହା ହେଲାଣି;
ପତ୍ନୀ ନିସନ୍ଦେହରେ ପତିଦେବକୁ
ମହିଂଷାସୁର ମନେ କଲାଣି!
ଆପଣ କହିବେ ପୂଜା ଆୟୋଜନ ପାଇଁ
ମୁଁ ତ ମୋଟା ଚାନ୍ଦା ଦେଇଛି;
କାହା ଜିଭରେ ହାଡ ଅଛି
ମୋତେ ପୁଣି ମହିଂଷାସୁର ବୋଲି କହୁଛି?
ମହିଳା ମାନଙ୍କୁ କିଛି କହିବି ନାଇଁ
ତାଙ୍କ ପ୍ରତି ମୋର ସମ୍ମାନ ଅଛି;
ତା ଛଡା ସିଏ ତ କିଣାକିଣିରେ ବ୍ୟସ୍ତ
ମୋ କଥା ଶୁଣିବାକୁ କୋଉ ସମୟ ଅଛି !
ବିକ୍ରେତାମାନେ ପୂଜାରେ ପାଲଟନ୍ତି ଦାନୀ
ହେଉ ଅଫ୍ ବା ଅନଲାଇନ୍;
ବାକି ବର୍ଷସାରା ଚଢାଦର ଆକାରରେ
ଆମଠୁ ନିଅନ୍ତି ଫାଇନ୍!
ମଲକୁ ଆମ ଘରଣୀ ଦୁଇ ହଜାର ଟଙ୍କାର
ଶାଢି କିଣିବାକୁ ଗଲେ;
ଗୋଟେରେ ଗୋଟେ ମାଗଣା ବୋଲି
ଦଶ ହଜାର ଟଙ୍କାର କିଣିକି ଫେରିଲେ!
ପୁଅ କହିଲା କିଣିବ ଅନଲାଇନରେ
ଶସ୍ତାରେ ନୂଆ ମୋବାଇଲି;
ଅଫର ଅଛି ବୋଲି କୀଳାକୁ ହ୍ବିସିଲ୍
ମାରି ନୂଆ କ୍ରେଡିଟ୍ କାର୍ଡ ନେଲି!
ଭାବିଥିଲି ସବୁବର୍ଷ ପରି ଏଥର ବି
ଗାଡିଟା ପୂଜା କରିବା ପାଇଁ;
ଦେଖିଲା ବେଳକୁ ସିଏ ପନ୍ଦର ବର୍ଷପାର
ତାଆର ଆଉ ଜୀବନ ନାଇଁ!
ପୁଣି ଭାବିଲି ସହର ଛାଡି ପୂଜାରେ
ଟିକେ ଗାଆଁ ରାସ୍ତା ଧରିବା;
ସାଙ୍ଗକୁ ଫୋନ୍ କଲାରୁ କହିଲା ଆ..
ଭୋଜିଭାତ ଓ ପିଆପିଇ କରିବା!
ଚାନ୍ଦା ଦେଇକି ହୋଇଥିଲି ଚନ୍ଦା
ଏବେ ପୂଜା ବକ୍ସିସ୍ ଗଣୁଛି;
କେବେ ନିଜକୁ ସିଂହ ତ
କେବେ ବଳିଛେଳି ମଣୁଛି!
ମାଆଙ୍କୁ ପ୍ରାର୍ଥନା ମହିଷାମର୍ଦ୍ଦନ
ତ କରିଛ କୋଉ କାଳୁ ;
ଏବେ ବିନାଶ କର ଦରଦାମ ଓ
ବାହାପିଆଙ୍କୁ, ଆମକୁ ଶାନ୍ତି ମିଳୁ!!
Comments are closed.