Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ” ବେଳାଭୂମିର ଚିହ୍ନ “

ବିଂଶ ଓ ଏକବିଂଶ ଶତାବ୍ଦୀକୁ ଭୋଗ କରିଥିବା ଜଣେ ମନୁଷ୍ୟ ଆତ୍ମସମୀକ୍ଷା କରିବା ସମୟରେ, ତା ପାଖରେ ଅନୁଭୂତିର ପରସ୍ତ ପରସ୍ତ ଉପାଦାନ ସତ୍ତ୍ୱେ, ଆଜି କାହିଁକି ମୋର ମନ, ଚିନ୍ତନ ଅଧିକ ମାତ୍ରାରେ ଅତୀତ ଅଭିମୁଖୀ ହେଉଛି ? ଆଜି କିଛି ଲେଖିବସିଲା ବେଳେ ସେଇ ସୁଦୂର ଅତୀତ ହିଁ ଆଖି ଆଗରେ ଚଳଚ୍ଚିତ୍ର ଭଳି ଭାସି ଉଠୁଛି । ଆଜି କଲମ ଧରି ଲେଖିବାକୁ ବସିଲା ବେଳକୁ ଆଜିର କଥା କିଛି ମନକୁ ଆସୁନାହିଁ । ଯଦିଚ ଜୀବନରେ ଓ ଚାରିପାଖରେ ଲେଖିବା ପାଇଁ ଆଜି ଖାଲି ଉପାଦାନ ହିଁ ଉପାଦାନ । ଆତ୍ମ ସମୀକ୍ଷା ପାଇଁ ପରସ୍ତ ପରସ୍ତ ବିବେକର ତାଡ଼ନା । ତଥାପି ଆଜିର କଥା, କାଲିର କଥା, ଘଟଣାବଳୀ ଝାପ୍‌ସା ଲାଗୁଛି । ନିକଟ ଅତୀତର କଥା ବି ସ୍ପଷ୍ଟ ହେଉନାହିଁ ।

ମନ ଭିତରକୁ କେହି ଜଣେ ବାରମ୍ବାର ମନ୍ଥନ କରି ଚାଲିଛି । ତା’ର ପଦଧ୍ୱନି ଶ୍ରବଣେନ୍ଦ୍ରିୟକୁ ଉତ୍‌କର୍ଣ୍ଣ କରୁଛି । ତା’ର ଇଙ୍ଗିତ କଲମ ମୂନକୁ ଉଜ୍ଜୀବିତ କରୁଛି । ସେ ପ୍ରଚୋଦିତ କରୁଛି, ବାଧ୍ୟ କରୁଛି, ତା’ କଥା ହିଁ କହିବା ପାଇଁ । ମତେ ଲାଗୁଛି, ଆଜି ତା’ କଥା ହିଁ ବେଶୀ ଜରୁରୀ । ଅଧିକ ଉପଯୋଗୀ । କେହି ଜଣେ ମୁର୍ହୁଃମୁର୍ହୁ ମଥିତ କରୁଥିବା ମନ ଭିତରୁ ଉତୁରି ଆସୁଛି ଚାଳିଶ ବର୍ଷ ତଳର ସେଇ ଚରିତ୍ରଟି । ଉତୁରି ଆସୁଛି ସେଇ ସମୟର ଲୋକଚିତ୍ର – ପରିବେଶ – ସ୍ଥିତି – ସାମାଜିକ ବ୍ୟବସ୍ଥା । ଯଦିଚ ଏଇ ଚାଳିଶ ବର୍ଷ ପରେ ଚରିତ୍ର – ପରିବେଶ ଓ ସାମାଜିକ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି ।

କ୍ରମଶଃ

Leave A Reply

Your email address will not be published.