Latest Odisha News

BREAKING NEWS

କବିତା : ଶୁଭେଚ୍ଛା

ଗଦାଧର ସାହୁ

ଶୁଭେଛାର ସୁଅ
ସବୁଠି ଛୁଟୁଛି
କିଏ ସେ ଆସୁଛି ବୋଲି,
ତୁମ ଘରେ ଯିଏ
ଆଜିର କୁଣିଆଁ
ଆମ ଘରେ ଆଜି କାଲି ।

ସଭିଙ୍କ ବିଶ୍ବାସ
ସେ ନୂଆ ବରଷ
ଆଣିବ ସୁଖ ସମୃଦ୍ଧି,
ପରଷ୍ପର ପାଇଁ
କାମନା କରନ୍ତି
ଇଶ୍ବରେ କରି ବିନତୀ।

କରୁଛୁ ପ୍ରାର୍ଥନା
ଶାନ୍ତିର କାମନା
ସକଳ ଅନ୍ତରେ ଭରୁ,
କୀଟରୁ ପତଙ୍ଗ
ସ୍ଥାବର ଜଙ୍ଗମ
ଯେତେଛନ୍ତି ତୃଣତରୁ ।

ସକଳ ଘଟରେ
ସମଭାବେ ଭରି
ଶାନ୍ତି ମୈତ୍ରୀ ପ୍ରୀତି ପୃରୁ,
ସ୍ନେହ ପ୍ରେମ ଭାବ
ମଧୂର ମହକ
ମହକୁ ସର୍ବ ହୃଦରୁ ।

ଏତିକି କରୁଣା
କରୁଛୁ କାମନା
କରଯୋଡି ବିଭୁ ପାଶେ,
ବିଭୁ କୃପା କଲେ
ଦୁବ ହେବ ଦାରୁ
ବର୍ଷ ବିତିବ ହରଷେ ।

Leave A Reply

Your email address will not be published.