Latest Odisha News

BREAKING NEWS

ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ ରାୟ: ଚାର୍ଟାଡ ଆକାଉଣ୍ଟ ଡିଗ୍ରୀ ବାଣିଜ୍ୟ ସ୍ନାତକୋତ୍ତର ସହ ସମାନ

କଟକ: ହାଇକୋର୍ଟ ଏକ ଗୁରୁତ୍ୱପୁର୍ଣ ରାୟ ଶୁଣାଇ କହିଛନ୍ତି, ଚାର୍ଟାଡ ଆକାଉଣ୍ଟ (ସିଏ) ଡିଗ୍ରୀ ବାଣିଜ୍ୟ ସ୍ନାତ୍ତୋକୋତ୍ତର ଡିଗ୍ରୀ ସହ ସମାନ ବୋଲି ଗ୍ରହଣ କରାଯିବ । ପର୍ବରୁ ୟୁଜିସି ଏହାକୁ ଗ୍ରହଣ କରୁ ନ ଥିଲା । ୨୦୨୧ ଏପ୍ରିଲ ୧୫ରେ ୟୁଜିସି ବିଜ୍ଞପ୍ତି ଅନୁସାର ସିଏ/ସିଏସ/ଆଇସିିିଡବ୍ଲୁ ଯୋଗ୍ୟତା ସ୍ନାତ୍ତୋକୋତ୍ତର ଡିଗ୍ରୀ ସହ ସମାନ ବୋଲି ହାଇକୋର୍ଟ ଏକ ମାମଲାର ବିଚାରର କରି ସ୍ପଷ୍ଟ କରିଛନ୍ତି ।

ତେଣୁ ସିଏ ପାସ କରିଥିବା ପ୍ରାର୍ଥୀ ନାସନାଲ ଏଲିଜିବିଲିଟ ଟେଷ୍ଟ ବା ଏନଇଟି ସାର୍ଟିଫିକେଟ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଏପରିକି ଏମାନେ ବାଣିଜ୍ୟ ସହକାରୀ ପ୍ରଫେସର ପଦବୀ ପାଇଁ ଆବେଦନ କରିପାରିବେ । ଏହି ପଦରେ ଆବେଦନକାରୀଙ୍କୁ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ କର୍ତ୍ତୃପକ୍ଷ ବିଚାର କରିପାରିବେ ।ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଖଣ୍ଡପୀଠ ଏମ. ମିଶ୍ର ନାମକ ଜଣେ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି ।

ଇନଷ୍ଟିଚ୍ୟୁଟ ଅଫ ଚାର୍ଟାଡ ଆକାଉଣ୍ଟଓ ଅଫ ଇଣ୍ଡିଆରୁ ସିଏ ଯୋଗ୍ୟତା ହାସଲ କରିବା ପରେ ଆବେଦନକାରୀ ୨୦୧୩ରେ ବାଣିଜ୍ୟ ସହକାରୀ ପ୍ରଫେସର ପଦରେ ନିଯୁକ୍ତି ପାଇଁ ୟୁଜିସିର ଏନଇଟି ପରୀକ୍ଷା ଦେଇଥିଲେ । ହେଲେ ଏହି ପରୀକ୍ଷାରେ ସେ ପାସ ମଧ୍ୟ କରିଥିଲେ । କିନ୍ତୁ ପରବତ୍ତର୍ରୀ ସମୟରେ ତାଙ୍କର ସ୍ନାତୋକୋତ୍ତର ଡିଗ୍ରୀ ନ ଥିବା ଦର୍ଶାଇ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ସିଏ ଡିଗ୍ରୀ ବାଣିଜ୍ୟ ସ୍ନାତୋକୋତ୍ତର ସହ ସମାନ ନୁହେଁ ବୋଲି ତାଙ୍କୁ କୁହାଯାଇଥିଲା । ହେଲେ ସିଏ ଡ୍ରିଗୀ ଏବଂ ବାଣିଜ୍ୟ ସ୍ନାତକୋତ୍ତର ଡିଗ୍ରୀ ସମାନ ବୋଲି ଦର୍ଶାଇ ସେ ହାଇକୋଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

 

Leave A Reply

Your email address will not be published.