ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୦
କ’ଣ ଅସୁବିଧା ହେଲା
ଭାବି, ଡ଼୍ରାଇଭର ସହ ସେ ବି ଓଲ୍ହେଇଲା। ଗାଡ଼ି ସାଇଡ଼୍ କରି ଡ଼୍ରାଇଭର ବର୍ନେଟ୍ ଖୋଲି ଚେକ୍ କଲା । ଏତିକି ଭିତରେ ସେ ଝିଅ
କାନରେ ଇଅରଫୋନ ଗେଞ୍ଜି , କାହା ସହ କଥା ହେଉହେଉ ତା’ ପାଖ ଦେଇ କ୍ଷୀପ୍ର ଗତିରେ ଚାଲିଗଲା । ଆଉ ଟିକେକୁ ଧକ୍କା ହେଇଥାଆନ୍ତା ।
କି ଆଶ୍ଚର୍ଯ୍ୟ ! ଏତେ ତରବର ଏ ଝିଅର ! ଏଇ ଟିକେ ଆଗରୁ ସପିଙ୍ଗ୍ ମଲ୍ରେ ତ’ ଧକ୍କା ହେଇ ସରି ମ୍ୟାଡମ୍ ବୋଲି କହିଥିଲା । ତା’
ହାଇହିଲ୍ର ଠକ୍ଠକ୍ ଶବ୍ଦକୁ ସାଥିରେ ଧରି ବିଜୁଳି ବେଗରେ ବିହାରି ଯାଇଥିଲା । ଯଦିଓ ସ୍ଟଲ୍ ଢଙ୍କା ମୁହଁ ଦିଶିନଥିଲା, କିନ୍ତୁ ଘଡ଼ିଏ ଯାଏ
ତା’ ପରଫ୍ୟୁମ୍ର ପରସ୍ତେ ବାସ୍ନା ଆଖ ପାଖରେ ଲେସି ହେଇ ରହିଥିଲା । ନାକରୁ ବାସ୍ନାଟା ଏ ଯାଏ ବି ଯାଇନି ।
ଅଜାଣତରେ ଝିଅଟି ପଛରେ ଆଖି ହଳକ ମାଡ଼ି ଚାଲିଲା । ଖଣ୍ଡେ ଦୂରରେ ଅଟକି ଥିବା କାରର ଡୋର ଖୋଲି ଆଗ ସିଟରେ
ବସିପଡିଲା ସେ । କାରଟି ବୋଧହୁଏ, ତା’ ରି ଅପେକ୍ଷାରେ ଥିଲା ।
ଏ ଗାଡି! ଚିହ୍ନା ଚିହ୍ନା ଲାଗୁଛି! ଝାପ୍ସା ଆଲୁଅରେ ନମ୍ବର ପ୍ଲେଟ ଉପରକୁ ଆଖି ଗଲା ବେଳକୁ ସାଏଁ କିନା ଗାଡ଼ିଟା
ଅନ୍ଧାର ଭିତରେ ମିଶିଗଲା ।
ବୈଭବ! ତାଙ୍କ କାର୍ ପରି…!! ନା..ମ..
ଧେତ୍ କି ବାଜେ କଥା! ଲିପିର ଭୂତ ବୋଧହୁଏ ଆଜିଯାଏ ତା’ ମୁଣ୍ଡରୁ ଓହ୍ଲାଇ ନାହିଁ । କି’ ଜିନିଷ ମୁଣ୍ଡରେ ପୁରେଇଲା ଯେ, ଗଲା ସେଇ ଦିନୁ ସବୁ କିଛି ଅଜିବ୍ ଅନୁଭବ ହୋଉଛି । ନା, ତା ନିଜକୁ କଣ୍ଟ୍ରୋଲ କରିବାକୁ ପଡ଼ିବ । ଷ୍ଟ୍ରଙ୍ଗ ହେବାକୁ ପଡ଼ିବ ।
ବୈଭବ କେତେ ରାତିରେ ଫେରିଛନ୍ତି ଜାଣେନା । କର ଲେଉଟାଇଲା ବେଳକୁ ବିଛଣାରେ ଓ ନିଘୋଡ଼ ନିଦରେ । କି ଅଜବ୍ ଲୋକ!
ଡାକିଲେନି…ଖାଇଲେ କି ନାଁ..! ନାଁ ସେମିତି ଉପାସରେ ଶୋଇଗଲେ?
ସେ ବି ତ’ ମାର୍କେଟରୁ ଫେରି ଶେଜରେ ଗଡୁଗଡୁ ଆଖି ଲାଗିଯାଇଥିଲା । ସୁକାନ୍ତି ନିହାତି ଡାକିଥିବ । ନ’ ଉଠିଲାରୁ ଖାଇବା ଟେବୁଲ୍ ଉପରେ ରଖି ତା’ କାମ ଶେଷ କରି ପଳେଇଛି । ବେଡ଼୍ ଲାଇଟା ଅନ୍ କରି ଡାଇନିଂ ହଲ୍ ଆଡେ ଉଠିଗଲା ପାଣି ଆଣିବା ପାଇଁ ।
ଯାଉଯାଉ ତଳେପଡି ଥିବା ତାଙ୍କ ବ୍ଲେଜର୍ ଉପରେ ପାଦ ପଡ଼ିଲା । ବୈବଭବିନା, ଯୋଯେଉଁଠି ପାରିଲେ ସେଇଠି ଡ୍ରେସ୍ ପକେଇ ଦେଇ ଶୋଇପଡିବେ । ଉଠେଇ ନେଲା ।
ୱାର୍ଡରୋବ୍ରେ ରଖିବାକୁ ଗଲାବେଳକୁ ଅନୁଭବ କଲା ସେଇ ବାସ୍ନା ।ଲେଡିଜ୍ ଫରଫ୍ୟୁମ୍ । ୟା’କୁ ଇଏ ତ’ କେବେ ବି ଇୟୁଜ୍
କରିବେନି !!
ଏ ତ’ ସେଇ ବାସ୍ନା!!
Comments are closed.