Latest Odisha News

ଆଜି ରାଜ୍ୟରୁ ୯୨୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ସ୍ଥିର ରହିବା ପରେ ଆଜି ହଜାରେ ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯୨୫ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୫୪୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୮୩ । ୧୮ ବର୍ଷ ଭିତରେ ଆଉ ୨୦୨ ପଜିଟିଭ୍ ବାହାରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୯ ସଂକ୍ରମିତ ବାହାରିଛନ୍ତି । ବାକି ୨୯ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ୫ଟି ଜିଲ୍ଲା ବଲାଙ୍ଗିର, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ାରେ ଦୁଇ ଅଙ୍କ ତଳେ ରହିଛି ଦୈନିକ ସଂକ୍ରମଣ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୭୯ହଜାର ୪୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୫୯ହଜାର ୭୯୬ ଆକ୍ରାନ୍ତ । ଏବେ ରାଜ୍ୟରେ ୧୦ହଜାର ୨୨୭ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.