ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୯
ଆରେ ତମେ! ଫେରିଲ ମାନେ କିଛି ଭୂଲିଗଲ ବୋଧେହୁଏ । କୁହ ।
‘ମ୍ୟାଡ଼ମ୍.. ଦହିବରା ।’
ହାତକୁ ପ୍ୟାକେଟ୍ଟା ବଢେଇଦେଲା କୁମାର ।
ଦହିବରା! ମୁଁ ତ ଅଡ଼ର କରିନାହିଁ । ଏଟା ବି ତୁମ ସାର୍ କହିଥିଲେ କି? ହଜାରେ ଗୁମାନକୁ ଗଣ୍ଠି କରି ଥଟ୍ଟା କଲା ଅରୁ ।’
ଦହିବରା ଆପଣଙ୍କୁ ବହୁତ ପସନ୍ଦ । ସାର୍ କହିଥିଲେ ଯେ, କେବେ ଗୋଟେ କୋଉ ପାର୍ଟିରେ । ଦହିବରା ଦେଖୁଦେଖୁ ଆପଣଙ୍କ କଥା ମନେପଡିଲା । ନେଇ ଆସିଲି ।
ସରି.. ମତେ ଭୋକ ନାହିଁ ।
ସକାଳୁ ଖାଇନାହାନ୍ତି ନିହାତି!
କେମିତି ଜାଣିଲ?
ଡାଇନିଂ ଟେବଲ୍ରେ ପ୍ଲେଟ୍ ଘୋଡ଼ା ହେଇଛି । ଦେଖିଥିଲି ଗଲା ବେଳେ ।
ବାଃ…ସୋ ସ୍ମାର୍ଟ ।
..ପ୍ଲିଜ ମାମ୍ ଖାଆନ୍ତୁ..
ଆରାଧ୍ୟା ଛାତିରେ କୋହର ଜୁଆର, କିଛି ନ’ କହେଲେବି, କେମିତି ଥରେଥରେ କୁମାର ତା’ ଆଖିର ଭାଷାକୁ ପଢି ନିଏ ।
ତା’ ମୁହଁରୁ ଉଦାସ ଭାବକୁ ଠୋଉରେଇନିଏ । ଯେତେ ସମ୍ଭବ ହାଲ୍କା କରିବାକୁ ପ୍ରୟାସ କରେ । କିଛି ସମ୍ପର୍କ ନଥାଇ ବି,କି’ ଅଦ୍ଭୁତ ସମ୍ପର୍କ!
ମନାକରି ପାରିଲାନାହିଁ । କୁମାରର ମନ ଭାଙ୍ଗି ବାକୁ ତାର ଆଦୌ ଇଛା ହେଲାନାହିଁ । ଦୁଇଟି ପ୍ଲେଟ୍ ରେଡିକଲା ।
ତୁମେ ଖାଇବ ମୋ ସହ?
ଓକେ.. ମୋର ଗୋଟେ ପିସ୍ । ବାକି ଆପଣଙ୍କର
କ୍ରମଶଃ
Comments are closed.