ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ :୨୦
ଆଲିଆ , ଲିସିନ୍ ..ଉଇ ଆଭ୍ ଟୁ ରିଟର୍ଣ୍ଣ ଟୁମର !
..ଇଏସ୍ ସାର୍ ।
କଣ ମଃ ଇଏସ୍! ସେ ଲ୍ୟାପଟପ୍ରୁ ମୁହଁ ଉଠାଅ । ଅଫିସ କାମ ତ’ ଦିନରେ ସରିଛି । ଆଉ ଯାହା ଅଛି, ପରେ ଚେକ୍ କରିବ । ତୁମେ କ’ଣ ଭାବୁଛ? ବୁଢ଼ା ମାନିବ?
ଆଲିଆ ମୁହଁ ଉଠେଇ ଚାହିଁଲା । ବୈଭବ ବେଡ଼୍ ଉପରେ ଦୁଇହାତ ଉପରକୁ ଟେକି ଅଳସଭାଙ୍ଗିବା ଭଙ୍ଗୀରେ ତାକୁ ଏକ ଲୟରେ ଚାହିଁଥିଲେ । ଏଠି ରାତି ହେଲେ କାମ ଫାମ କିଛିକୁ ଏଲାଓ କରନ୍ତିନି ସାର୍ । ରିଲାକ୍ସ ଦର୍କାର ପଡେ ତାଙ୍କୁ । ହାଲ୍କା ସ୍ନାକ୍ସ ସହ ଡ଼୍ରିଙ୍କସ୍ । ଏ ସବୁ ଚାଲିବ ଲେଟ୍ ନାଇଟ୍ ଯାଏ ।
ବୁଢ଼ା ମାନିବ ନୁହେଁ ସାର୍, ମାନିଲା ଜାଣନ୍ତୁ । ଏବେ ମାର୍କେଟରେ ସିଚୁଏସନ୍ ଯାହା, ତା’ର ନ ମାନି ବାଟ ନାହିଁ । ସାତ ଦିନର
ପରିଶ୍ରମ କ’ଣ ବେକାର ଯିବ । ଡୋଣ୍ଟ ୱରି । ସେ ଇନ୍ଭେଷ୍ଟ କରିବେ । ଡିଲ୍ ଫାଇନାଲ ।
ତାହେଲେ ଆଜି ସେଲିବ୍ରେସନ?
ସିଓର୍ । ସ୍ମିତ ହସ ସହ ଆଲିଆ ସକ୍ଷିପ୍ତ ଉତ୍ତର ଦେଲା ।
ଦୂରେଇ ବସିଲେ କି’ ସେଲିବ୍ରେସନ?
ମୁରୁକି ହସିଲା ଆଲିଆ ।
ହସୁଛ କ’ଣ? ଜାଣିଛ ତ’ ଆଜି ତୁମେ କେତେ ସୁନ୍ଦର ଦିଶୁଥିଲ! ପୁରା ସେକ୍ସି । ହଲ୍ରେ ତୁମେ ପ୍ରେଜେଣ୍ଟଟେସନ୍ରେ ବ୍ୟସ୍ତ, ଆଉ ବୁଢ଼ାର ନଜର ତୁମ ଉପରେ । ମୋର ନଜର ବୁଢ଼ା ଉପରେ ।
ଏମିତି କଥା ଶୁଣି ଫିକ୍ କିନା ହସିଦେଲା ଆଲିଆ ।
ଆରେ ସତ । ଅନ୍ୟମାନେ ବି ବୁଲି ବୁଲି ତୁମ ପଜ୍ରେଣ୍ଟ ଷ୍ଟାଇଲ୍କୁ ତାରିଫ୍ କରୁଥିଲେ । ବୁଢ଼ାର ଆଖି ପ୍ରୋଜେକ୍ଟର ଉପରେ କମ୍ , ଆଉ ତୁମ ଉପରେ ଅଧିକ ଥିଲା ।’ ସତରେ ଗୋଲାପି ଟପ୍ ଓ ବ୍ଲାକ ଜିନ୍ସରେ ଆଲିଆ ଅପୂର୍ବ ସୁନ୍ଦର ଦିଶୁଥିଲ । ତୁମ ଫିଗର୍କୁ ଯିଏ ଦେଖିବ ସିଏ ଫିଦା ହବାଟା ଥୟ ।
ସାର୍ଙ୍କ ମୁହଁରୁ ତା କାମ ଓ ସୌନ୍ଦର୍ଯ୍ୟର ପ୍ରଶଂସା ଶୁଣି ସେ ଖୁବ୍ ଖୁସି ।
ଓଃ ମାଇଁ ଗଡ୍! ରିଏଲି..
ଇଏସ୍ ଡାର୍ଲିଙ୍ଗ ।
Comments are closed.