ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୧
ବୈଭବ ମୁହଁରେ ଦୁଷ୍ଟାମୀର ହସ । ନିଜେ ଉଠି ଗଲେ କାଉଚ୍ ପାଖକୁ । ତା’ ଜଙ୍ଘ ଉପରୁ ଲାପ୍ଟପ୍ ଟା ଉଠେଇ ଆଣି ବେଡ ଉପରେ ରଖିଦେଲେ ।
ବାସ୍ କାମ ବହୁତ ହେଲା । ଇଟସ୍ ଟାଇମ୍ ଫର୍ ସେଲିବ୍ରେସନ୍ । ଓଫ୍.. ସତରେ ଖୁବ୍ ସୁନ୍ଦର ତୁମେ । ଦାନ୍ତରେ ତଳ ଓଠକୁ ଚାପି ଫିସ୍ଫିସ୍ ହେଇ କହିଲେ ଓ ଛାତି ଉପରକୁ ଭିଡ଼ି ନେଲେ । ଶୁଣ ଆଜି ତୁମେ ତୁମ ରୁମ୍କୁ ଯାଅନା । ମୋ ରୁମ୍ରେ…..
ହା ହା ହା.. ଆସିଲା ଠାରୁ କେବେ ଯାଇଛି କି? ବେକାରଟା ଦୁଇଟା ରୁମ୍ ବୁକ୍ କଲେ । ଛାଡ଼ନ୍ତୁନା ସାର୍ । ଆଜି ବି ସାରା ରାତି
ଶୁଆଇ ଦେବେନି ବୋଧେ ।
ଓଠ ଚିପି ଚିପି ମୁରୁକି ହସିଲା ଆଲିଆ ।
ଧେତ୍.. ସାର୍ କଣ? ଏଇଟା କ’ଣ ଅଫିସ ନା’ ଏଠି କେହି ଷ୍ଟାପ୍ ଅଛନ୍ତି? ତୁମେ ଠିକ୍ ଜିଣିଛ ଏମିତି ଏକାନ୍ତରେ ସାର୍ କହିଲେ
ମତେ କେତେ ବିରକ୍ତ ଲାଗେ, ଚିଡେଇ ବାକୁ ତୁମକୁ ଆଉ କେହି ମିଳିଲେନି? ବିଭୁ କୁହନା । ଯେମିତି ତୁମେ କୁହ ।’
ଓଓଓ..କେକେ.. ବିଭୁ ଜୀଇଇଇଇ..ଛାଡ଼ନା ପ୍ଲିଜ୍ । ଚେନ୍ଜ ତ’ କରି ଆସେ ।
ତାଙ୍କ ନିବିଡ଼ ବାହୁବନ୍ଧନରୁ ଖସି ଯିବାର ମିଛ ପ୍ରୟାସ କରୁଥିଲା ଆଲିଆ ।
ଉଁଉଁ..ପୁଣି.. । ଜାଣିଛ ସେ କାମ ମୋ’ର । ତୁମେ କେବଳ ଡ୍ରେସ୍ଟା ନେଇକି ଜଲ୍ଦି ଆସ । କାଲି ଯୋଉଟା ପିନ୍ଧି ଥିଲ, ପତଳା ହ୍ୱାଇଟ୍ ଗାଉନ୍ । ସେଇଟା ।
କିନ୍ତୁ ଶୁଣ ଆଲିଆ, ଏବେ ନୁହେଁ । ଚାଲ ଟେରିସରେ କିଛି ସମୟ
ବସିବା । ତା’ପରେ ।
ହୋଟେଲର ଟପ୍ ଫ୍ଲୋର୍ ଟେରିସ୍ ଉପରେ ବସି ସହରର ନଭଶ୍ଚୁଭୀ ଅଟ୍ଟାଳିକାମାନଙ୍କର ଝିଲମିଲ୍ ଆଲୋକ ମାଳାକୁ ନିରୀକ୍ଷଣ କରିବା ଓ ଖୋଲା ପବନ ଖାଇବାର ମଜାଟା ଅଲଗା ।
‘ଦୁଇଟା ପେଗ୍ ରେଡିକର । ମୁଁ ୱାସ୍ ରୁମ୍ରୁ ଆସେ ।’ ଦୁଇଟି ପେଗ୍ ସଜାଡ଼ି ନେଲା ଆଲିଆ । ଦୁହେଁ ବାଲକୋଲୀରେ
ଡୋର ଖୋଲି ବାହାରି ଆସିଲେ ।
ଚିୟର୍ସ କରି ଷ୍ଟାର୍ଟ କରୁକରୁ ବୈଭବ ଢ଼କ୍ଢ଼କ୍ କରି ଏକା ଥରକେ ଗୋଟେ ପେଗ୍ ଉଦରସ୍ଥ କରିନେଲେ । ତାଙ୍କର ଅଭ୍ୟାସ ସେୟା । ତାଙ୍କ ପାଇଁ ସେକେଣ୍ଡ ପେଗ୍ ବନେଇ ତାଙ୍କ ସିଗାର୍ରେ ଲାଇଟର୍ ଜଳେଇ ପାଖକୁ ଜାକି ହେଇ ବସିଲା ଆଲିଆ ।
ସାରାଦିନର ଟେନସନକୁ ଧୂଆଁର କୁଣ୍ଡଳି ସହ ଉଡେଇ ଦେଉଥିଲେ, ଆଲିଆର ପାପୁଲିକୁ ନିଜ କୋଳରେ ଖୁବ୍ ଜୋର୍ରେ
ଚିପି ଧରୁଥିଲେ ।
କ୍ରମଶଃ…..
Comments are closed.