Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ଏମିତି କିଛି କଥା ନଥିଲା ଯାହା ସେ ସ୍ୱପ୍ନିଲ ଙ୍କୁ ନକହି ରହି ପାରିଛି ! ଆସ୍ଥା ର ସବୁ ଦୁଃଖ ଯନ୍ତ୍ରଣା ,ଆଘାତର ଉପଚାର କେବଳ ହିଁ କେବଳ ସ୍ୱପ୍ନିଲ ଥିଲେ !ଆଶ୍ଚର୍ଯ୍ୟର କଥା , ତାକୁ ଜର ଥଣ୍ଡା କାଶ କୌଣସି ରୋଗ ସ୍ପର୍ଶ ବି କରି ପାରୁନଥିଲା !! ସତରେ ,ପ୍ରକୃତ ଭଲପାଇବାରେ ଯେ କେତେ ଶକ୍ତି ଲୁଚି ନ ରହିଚି !! ପୁଣି ଆସ୍ଥା ଆଉ ସ୍ୱପ୍ନିଲଙ୍କ ସମ୍ପର୍କର କଥା ତ ଆକାଶ ଠାରୁ ବିଶାଳ ,ମାଟି ଭଳି ପୂତ ଆଉ ପବିତ୍ର ,ସମୁଦ୍ର ପରି ଗଭୀର ଆଉ ପବନ ପରି ଗଭୀର ଅନୁଭବର କଥା, କାହିଁକି ନା ଏ ସମ୍ପର୍କ ଅଦୃଶ୍ୟ ସମ୍ପର୍କ !! ଏ ଯୁଗରେ ଏମିତି ସ୍ବର୍ଗୀୟ ଭଲପାଇବା ଥାଇପାରେ ?! ହଁ ଯାହା କି ଆସ୍ଥା ଆଉ ସ୍ୱପ୍ନିଲ ଙ୍କ ଭିତରେ ଭଲ ପାଇବା ର ଚାରା ଦ୍ରୁମ ହୋଇ ବଢ଼ି ପାରିଛି ! ଗଭୀର ବିଶ୍ୱାସ,ଅପ୍ରତିମ ଭଲପାଇବାକୁ ପାଥେୟ କରି ଭଗବାନଙ୍କ ପରି ଭଲପାଇବାକୁ ପୂଜା କରାଯାଇପାରେ ,ନୈବେଦ୍ୟ ବି ବଢା ଯାଇପାରେ !

ଏବେ ସ୍ମାର୍ଟ ଫୋନର ଯୁଗ ! ଆସ୍ଥା ଆଉ ସ୍ୱପ୍ନିଲ ଦୁହିଁଙ୍କର ହ୍ଵାଟ୍ସଆପରେ ରାତି ପାହେ ଆଉ ରାତି ହୁଏ । ଫ୍ରି ସମୟରେ ଚାର୍ଟିଂ । ଖୁବ୍ ଖୁସି ଅନୁଭବ କରୁଥାନ୍ତି ଦୁହେଁ ! ଦୂରରେ ରହିବି ଆପଣାର ଭାବରେ ଦୁହେଁ ଦୁହିଁଙ୍କର ଦୁଃଖ ଲାଘବ କରି ପାରୁଥିଲେ ଆଉ ସୁଖରେ ସୁଖୀ ହୋଇ ପାରୁଥିଲେ !

ଏମିତି ଦୁଃଖ ସୁଖ କଥା ବାର୍ତ୍ତା ଭିତରେ ଗଭୀର ଭଲପାଇବା ଯାହାକି ସ୍ବର୍ଗୀୟ ପ୍ରେମ ! ଯାହାକୁ ଭାଷାରେ ପ୍ରକାଶ କରାଯାଇ ନପାରେ, କଳନା କରାଯାଇ ନପାରେ !

ୟା ଭିତରେ ଅନେକ ଗୁଡିଏ ଦିନ ବିତି ଯାଇଛି ! . ମାୟା ବି ଗାଁରୁ ଖବର ପଠେଇ ଦେଇଛି ,ତା ମାଆର ଦେହ ଭଲ ନହେଲା ପର୍ଯ୍ୟନ୍ତ ସେ ଆଉ ସହରକୁ ଫେରିବନି ।

କ୍ରମଶଃ

Leave A Reply

Your email address will not be published.