ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ବହୁତ ଥର ଭାବିଛି ନା ବହୁତ ହେଇଗଲା ଆଉ ନୁହେଁ …. ଏତେ ଅପମାନ ! ଆଜିଠାରୁ ଏଇଠି ଶେଷ ଏଇ ଅଦେଖା ,ଅସ୍ପୃଶ୍ୟ ତଥା ସ୍ବର୍ଗୀୟ ପ୍ରେମର ସମ୍ପର୍କ ଭାବି ଆସ୍ଥା ଦିନ ଦିନ ଧରି ଫୋନ କରୁନଥିଲା, ମେସେଜ କରୁ ନ ଥିଲା କି ଷ୍ଟାଟସ ଦେଖୁନଥିଲା ସ୍ୱପ୍ନିଲଙ୍କର ! ହଁ କେତେବେଳେ କେମିତି ସ୍ୱପ୍ନିଲଙ୍କର ଡ଼ିପି କିନ୍ତୁ ଦେଖି ନେଉଥିଲା ! ଆସ୍ଥାର ଅଭିମାନରେ ଗୋଟେ ପ୍ରକାର ସମ୍ପର୍କ ସେଇଠି ସ୍ଥିର ହୋଇ ରହି ଯାଇଥିଲା କହିଲେ ଭୁଲ ହେବନି ! ଈଶ୍ୱଙ୍କଙ୍କୁ ସବୁବେଳେ ସ୍ୱପ୍ନିଲ ପାଇଁ ପ୍ରାର୍ଥନା କରୁଥିଲା କେବଳ ତାଙ୍କୁ କେବଳ ଭଲରେ ରଖିଥାନ୍ତୁ ।କିନ୍ତୁ ଈଶ୍ଵରଙ୍କ ଏ କି ନ୍ୟାୟ କେଜାଣି ??!!
ଭଲପାଇବା ଲୋକଙ୍କୁ ହିଁ ଈଶ୍ୱର ବହୁତ ଦୂରକୁ ନେଇଯାନ୍ତି କାହିଁକି କେଜାଣି ?!
ଓଃ, ମୁଣ୍ଡ ଭାରି ଭାରି ଲାଗୁଛି ! ବୁଢ଼ିଆଣି ଜାଲ ଭିତରେ ଯେମିତି ଛନ୍ଦି ହୋଇ ପଡୁଛି ଜୀବନ ଆଉ ସମ୍ପର୍କ ! ଏସବୁ ଭାବି ଭାବି ଖୁବ ଅନାନିଶ୍ୱାସୀ ହୋଇ ପଡୁଛି ଆସ୍ଥା !
ଡୋର୍ ଖୋଲି ନିଜ ହାତରେ ଅତି ଆଦରରେ ଅତି ଯତ୍ନରେ ଗଢିଥିବା ଉପବନ ଭିତରକୁ ଆସ୍ତେ ଆସ୍ତେ ପାଦ ରଖିଲା ଆସ୍ଥା !କାହିଁ କେତେ ଦିନରୁ ଏଠିକି ଆସିବାକୁ ଇଚ୍ଛା କରି ନ ଥିଲା ସେ …….। ଏଠି ପହଞ୍ଚିଛି କି ନାହିଁ , ଦଲକାଏ ଥଣ୍ଡା ପବନ ଯେମିତି ତା ଦେହ ଭିତରେ ପଶି ପଶି ଯାଉଥିଲା …….ଦେହ ତାର କାଲେଇ ଉଠୁଥିଲା !!
ହଠାତ୍ ସେଲ୍ ଫୋନଟିର “ପ୍ଲିଜ ଟେକ ଇୟୋର କଲ୍” ରିଂ ଟୋନ୍ ରେ ଅନ୍ୟମନସ୍କ ହୋଇ ଉଠିଥିଲା ଆସ୍ଥା !!??
କ୍ରମଶଃ
Comments are closed.