ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
କଥାରେ କୁହନ୍ତି , “ବିପଦ ବେଳେ କୁଆଡ଼େ ନିଜ ଛାଇ ବି ସାଥ୍ ଛାଡିଦିଏ !” ଯେଉଁମାନେ ଉଠିବା ଶେଯରୁ ଶୋଇବା ଶେଜ ପର୍ଯ୍ୟନ୍ତ ଯିବା ଆସିବା ଉଠା ବସା ଗପ ସପ ଆଖରେ ପାଖରେ ସାଲୁବାଲୁ ହେଉଥିଲେ ସେମାନେ ଠିକ ସମୟରେ ପାଖ ବି ମାଡନ୍ତିନି । ଓଲଟି ଦେଖେଇ ଶିଖେଇ ଲଗେଇ ମାଜେଇ ଅନେକ କଥା କୁହନ୍ତି ।ଏମିତି କିଛି ଲୋକ ଆଉ ପରିସ୍ଥିତିର ବି ସାମ୍ନା କରିବାକୁ ପଡିଥିଲା ଆସ୍ଥାକୁ ।
ଭଲ ମଣିଷଙ୍କର ବି ଅଭାବ ନାହିଁ ବୋଧହୁଏ ଏ ଦୁନିଆରେ , କାହିଁକି ନା ଅସୁବିଧା କିମ୍ବା ଖରାପ ସମୟରେ ନିମି ଅପାଙ୍କ ଭଳି ମଣିଷ ମାନେ ପାଖରେ ଥିଲେ ମରୁଭୂମିରେ ବି ପାଣି ଖୋଜିଲେ ମିଳିଯିବ !! ସେମିତି ଜଣେ ମଣିଷ ନିମି ଅପା ! ଯିଏକି ରକ୍ତ ସମ୍ପର୍କଠାରୁ ଅଧିକା ! ଅଦେଖା ଅଜଣା ! ଫେସବୁକରୁ ହିଁ ଗଢିଉଠିଥିଲା ତାଙ୍କର ଆଉ ଆସ୍ଥାର ସମ୍ପର୍କ ! ସ୍ୱପ୍ନିଲ ବି ତ ଅଦେଖା ଅଜଣା !! କିନ୍ତୁ…………..ନିମି ଅପା !
ନିମି ଅପାଙ୍କ ବିଷୟରେ ଯେତେ କହିଲେ ବି କମ୍ ହେବ। ସେ ହିଁ ଫୋନ କରିଥିଲେ ଆସ୍ଥା ପାଖକୁ ! ଫୋନ କଲ୍ ଟି ଦେଖି ଆସ୍ଥା ଆଖିରେ ଗୋଟେ ବିଜୁଳିର ଚମକ ଖେଳିଯାଇଥିଲା ! ଓଠରେ ଅଫୁରନ୍ତ ପୁଲକ ଖେଳିଯାଥିଲା ! ପଞ୍ଜୁରୀ ଭିତରେ ଏକ୍ଲା ଶାରୀଟିର ଯେଉଁ ଅବସ୍ଥା ,ଆସ୍ଥା ବି ସେମିତି ଅନାନିଶ୍ୱାସୀ ହୋଇପଡେ ବେଳେ ବେଳେ !! ଆଜି ସାଥୀଟିଏ ପାଇଛି ମନ ପ୍ରାଣ ଖୋଲି କଥା ହେବା ପାଇଁ , ଦୁଃଖକୁ ବାଣ୍ଟିବା ପାଇଁ !
Comments are closed.