ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଭାଇନା ଅଫିସ କାମରେ ବାହାରକୁ ଯାଇଛନ୍ତି ଡେରିରେ ଆସିବେ ତ ….ସେଥିପାଇଁ …..କଥା ବି ଅଧା ଥିଲା ତ ..ହଉ ମୋତେ ଆଜି ସବୁ କଥା କୁହ ,ମୁଁ ସବୁ ଶୁଣିବି ପ୍ରସ୍ତୁତ ହୋଇ ସାରିଛି ମନେ ମନେ । ମୁଁ ତ ଖୋଦ ପଥରରେ ଗଢ଼ା, ତେଣୁ ମୋତେ ଆଦୌ କଷ୍ଟ ହେବନି ତେଣୁ ତୁମେ ଆଉ ବେଶି ସମୟ ସମୟ ନଷ୍ଟ ନ କରି ବେଫିକର ହୋଇ କହିବା ଆରମ୍ଭ କର ସାଗର ।
ସାଗର, କଥା ଆରମ୍ଭ ରୁ ହିଁ ଝଟକା ଆରମ୍ଭ ଦି, ସେଥିପାଇଁ କହୁଚି ଆଜି ଥାଉ ! ଆସ୍ଥା ,ନା ଆଜି ନୁହେଁ ତ କେବେ ନୁହେଁ ସାଗର ତେଣୁ ତୁମେ ଆରମ୍ଭ କର ।
ସାଗର ଆରମ୍ଭ କଲା, ଜାଣିଛ ଦି ଯାହାକୁ ତୁମେ ସ୍ୱପ୍ନିଲ ବୋଲି ଚିହ୍ନିଛ ବା ଜାଣିଛ ସେ ସ୍ୱପ୍ନିଲ ନୁହେଁ ତାର ଅସଲ ପରିଚୟ ହେଉଛି ସମୟ ଯାଦବ !! ଘର ତାର ବିହାରରେ । ପୋଲିସ ଫାଇଲରେ ମୋଷ୍ଟ ୱାଣ୍ଟେଡ଼ ଲିଷ୍ଟ ରେ ନାଁ ଗଡୁଚି । ବିହାର ପୋଲିସର ତନାଘନା ଖୋଜାଖୋଜିରେ ଓଡ଼ିଶା ପଳେଇ ଆସିଥିଲା । ଏଠି ଛଦ୍ମ ବେଶ , ଛଦ୍ମ ନାଁ ରେ ରହୁଥିଲା ।
ସେ ଯାହା ପାଇଁ ଯାହା ହେଉ ମୋ ପାଇଁ କିନ୍ତୁ ….. ତା ସହିତ ମୋର ଭେଟ ମୋ ପାଇଁ ଆଶୀର୍ବାଦ ଥିଲା । କେଜାଣି କୋଉ ଜନ୍ମର ସମ୍ପର୍କ ! ରାଗରେ ଘର ଦ୍ୱାର ଛାଡି ବାପା ,ବୋଉ ,ଭାଇ ,ଭଉଣୀ ସମସ୍ତଙ୍କ ଠାରୁ ସମ୍ପର୍କ ଛିଣ୍ଡେଇ ରାତାରାତି ଚାଲି ଆସିଥିଲି ଭୁବନେଶ୍ୱର ଷ୍ଟେସନ ।ଭୁବନେଶ୍ୱର ଷ୍ଟେସନ ରେ ତିନି ଦିନ ତିନି ରାତି ଭୋକ ଉପାସରେ ରହିଲା ପରେ ଏ ସ୍ୱାର୍ଥପର ଦୁନିଆରେ କେହି ବି ସହୃଦୟ ର ବ୍ୟକ୍ତି ମୋତେ ମିଳି ନ ଥିଲେ । ସମୟ ଟ୍ରେନ ରୁ ଓହ୍ଲାଇ ପଡି ଦେଖିଲା ଗୋଟିଏ କୋଣ ରେ ଅଣଆଡ଼ିଆ ହୋଇ ମୁଁ ବସିଛି ସାଧାରଣ ଡ୍ରେସରେ ! ହାତରେ ସାର୍ଟିଫିକେଟ ଫାଇଲ ଟା ଛଡା କିଛି ନଥିଲା । ସମୟ ମୋତେ ପାଖକୁ ଡାକିଲା ,ମୋ ବିଷୟରେ ଜାଣିବାକୁ ଚାହିଁଲା ।କେଜାଣି କାହିଁକି ??ବୋଧହୁଏ ଦେଖିବାର ଗୋଟେ ବେଳା !!
ଦାଣ୍ଡ ଦୁଆରେ କଲିଂ ବେଲ୍ ବାଜିବାର ଶବ୍ଦ ! ଅନ୍ୟମନସ୍କ କରିପକେଇଲା ଆସ୍ଥା କୁ!!ଘଣ୍ଟା ରେ ସମୟ ନ ଟା ବାଜି ତିରିଶ ମିନିଟ୍ ! ସମ୍ଭବ ଆସିଗଲେ ,ଆସ୍ଥା ଆସ୍ତେ କରି କଲ୍ ଟା କାଟିଦେଲା !
କ୍ରମଶଃ………
Comments are closed.