ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଏମିତି ସବୁ କଥା ତା ମନକୁ ଖୁବ ଭାରାକ୍ରାନ୍ତ କରି ପକାଉଥିଲା ! ଦିନ ଏଗାର ଟା ରୁ ଦିହିପହର ହୋଇଗଲା ! ହେଲେ ?ବିଛଣାରେ ପଡି ପଡି , ବ୍ୟସ୍ତ ହୋଇ ହୋଇ ହାଲ୍କା ଆଖି ଲାଗିଯାଇଥିଲା ଆସ୍ଥାର । ହଠାତ୍ ସେଲ୍ ଫୋନଟି ଅତର୍କିତ ଭାବରେ ଖୁବ ଜୋର ରେ ଗର୍ଜି ଉଠିଲା !! ସେପଟୁ ସାଗରର ବ୍ୟସ୍ତ ହେବାର କଣ୍ଠ ସ୍ୱର ବାରିହୋଇ ପଡୁଥିଲା ……. !
ଫୋନ ଟା ଘରେ ଛାଡ଼ି ଦେଇ ମାର୍କେଟ ଆଡ଼େ ଟିକେ ଚାଲିଯାଇଥିଲି ଦି । ସ୍ୱପ୍ନିଲ ମାନେ ସମୟ …..ଗଲାଦିନରୁ ଏକା ଏକା ରୁମ ଭିତରେ ……ଖୁବ କଷ୍ଟ ହେଉଛି ଦି , ତାକୁ ଯେତିକି ଭୁଲିବାକୁ ଚେଷ୍ଟା କରୁଚି ସେ ସେତିକି ସେତିକି ମନେ ପଡୁଚି ! ତା ସାର୍ଟ ,ପ୍ୟାଣ୍ଟ , ସେ ବ୍ୟବହାରକଣକରୁଥିବା ଜିନିଷ ପତ୍ର, ସ୍ପେସିଆଲି ତା ଫେବ୍ରାଇଟ ପେନ ଆଉ ତା ହାତଲେଖା ଡାଏରୀ !!! ଭାରି ଅନାନିଶ୍ୱାସୀ ହୋଇ ପଡୁଛି ଦି ,କଣ କରିବି !! ସେଥିପାଇଁ ବାହାରକୁ ଟିକେ ପଳେଇ ଯାଇଥିଲି । ଆସି ଦେଖେତ ତୁମର ଏତେ ଫୋନ କଲ୍ ! ଦେଖି ବ୍ୟସ୍ତ ଲାଗିଲା ନଖାଇ ଆଗ ତୁମକୁ ଫୋନ କଲି । କୁହ ଦି କଣ କହୁଥିଲ ?
ଆସ୍ଥା ,ନା କିଛି ନାହିଁ ।ତୁମେ ଆଗ ଖାଇଦିଅ ତାପରେ ଆମେ କଥା ହେବା । ନାଇଁ ଦି ମୁଁ ଜାଣିଚି ତୁମେ ଆଉ ଟିକେ ପରେ ମୋ ସହିତ ଆଉ କଥା ହୋଇ ପାରିବନି ,ପିଲାମାନେ ଆଉ ଭାଇ ଆସିଯିବେ । ତେଣୁ ଆଗ କଥା ହୋଇ ଯିବା । ଏମିତିରେ ବି ଏବେ ଖାଇବାକୁ ଇଚ୍ଛା ନାହଁ , ପରେ ସନ୍ଧ୍ୟାରେ ଖାଇନେବି ।ଜଲ୍ଦି କୁହ ସମୟ ନଷ୍ଟ ନ କରି ।
“ହଉ ଠିକ ଅଛି ,ଏଇ ସମୟ କିଏ ,କଣ କରୁଥିଲେ ଆଉ ହଁ ତାଙ୍କ ଡାଏରୀ ରେ କଣ ସବୁ ଲେଖିଛନ୍ତି ……?! “ଆସ୍ଥା ଉତ୍କଣ୍ଠା ଭରା ଗଳାରେ ସାଗର କୁ ପଚାରିଲା ।
ସାଗର ଭରସା ଦେଇ ଆସ୍ଥା କୁ କହିଲା ,” କହିବି ଦି ,ସବୁ କହିବି । ହେଲେ ତୁମେ ମୋତେ ବିଶ୍ୱାସ କଲେ ହେଲା । କାରଣ ତୁମେ ଜାଣିଚ ମନ୍ଦିରର ପଥରକୁ ହୃଦୟରୁ ମାନିଲେ ଈଶ୍ୱର ନଚେତ ସେ ପଥର ! ” ଏତେ ଗୌର ଚନ୍ଦ୍ରିକା ନକରି ଶୀଘ୍ର କହ “, ଆସ୍ଥା ଟିକେ ଶକ୍ତ ଗଳା ରେ କହିଲା ।
କ୍ରମଶଃ
Comments are closed.