ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଆରମ୍ଭ କଲା ସାଗର। ତୁମକୁ କହୁଥିଲି ନା ସ୍ୱପ୍ନିଲ ,ସ୍ୱପ୍ନିଲ ନୁହେଁ ସମୟ ଆଉ ତା ସହିତ ମୋର ଷ୍ଟେସନରୁ ଦେଖା ସାକ୍ଷାତ । ବାସ୍ ଆଜିକୁ ସାତ ବର୍ଷ ତଳର କଥା। ଦୁହେଁ ଏକାଠି ରହିବା, ରାନ୍ଧିବା, ଖାଇବା ,ମଜାମସ୍ତି କରିବା , ଗୋଟିଏ ଖଟରେ ଶୋଇବା ସବୁ ଏକାଠି । ସେ ଭଲ ରୋଷେଇ କରିଜାଣେ ବୋଲି ଅଧିକାଂଶ ସମୟରେ ସେ ରୋଷେଇ କରୁଥିଲା ! ଘର ଛାଡି ଆସିଛି ବୋଲି କେବେ ସେ ମୋତେ ମୁହଁ ଶୁଖେଇବାକୁ ଦେଇନି କି ବାପା ବୋଉ ଭାଇ ଭଉଣୀର ଅଭାବ ଅନୁଭବ କରିବାକୁ ଦେଇନି !! ମୋ ପାଇଁ ସେ ସବୁ ଚରିତ୍ରର ଅଭିନୟ। ସେ ଏକା କରି ମୋତେ ସବୁବେଳେ ଖୁସି ରଖିବାକୁ ଚେଷ୍ଟା କରୁଥିଲା ।କିନ୍ତୁ ମୋତେ ସବୁବେଳେ ତାର ଛଦ୍ମବେଶୀ ରୂପ ।
ବେଶି ବେଶି କଷ୍ଟ ଯନ୍ତ୍ରଣା ଦେଉଥିଲା ! ଯେତେ ଯେତେ ମୁଁ ତାକୁ ବୁଝାଉଥିଲି ସେ ସେତେ ସେତେ ଅବୁଝା ହୋଇ ଉଠୁଥିଲା ! ଭୁଲ ରାସ୍ତା ଛାଡ଼ି ଭଲ ରାସ୍ତାରେ ଚାଲିବାକୁ କହିଲେ ତାର ଜିଦ ବରଂ ବେଶି ବଢ଼ି ଯାଉଥିଲା ଆଉ ସେ ପୁଣି କିଛି ଦିନ ପାଇଁ ବାହାରକୁ ଚାଲି ଯାଉଥିଲା । ସେଥିପାଇଁ ମୁଁ ତା ଉପରେ ରାଗି କଥାବାର୍ତ୍ତା ବନ୍ଦ କରି ଦେଉଥିଲି କିନ୍ତୁ ସେମିତି ବେଶି କିଛି ଫରକ ପଡୁନଥିଲା ତାକୁ । କିଛି ଦିନ ପରେ ପୁଣି ସବୁ ନର୍ମାଲ ! ତେଣୁ ଯାହା କରୁଚି କରୁ ଭାବି , କହିବା ଏକ ପ୍ରକାର ବନ୍ଦ କରି ଦେଇଥିଲି । ବେଳେ ବେଳେ ରହିପାରେନି ପୁଣି କହେ । ଏମିତି ସବୁ ଆମ ଭିତରେ ଚାଲିଥିଲା …..ହେଲେ ଆଜି ସେ ମୋତେ । ଭାବୁକ ହୋଇପଡୁଥିଲା ସାଗର !
ଆଉ ଡେରି ନକରି କହ ସାଗର ।ସମସ୍ତଙ୍କର ଘରକୁ ଫେରିବାର ସମୟ ହେଇଗଲା ,ଆସ୍ଥା ଫୋନ ଏପଟେ ଥାଇ କହୁଥିଲା !! ଆସ୍ଥାର ବ୍ୟସ୍ତତା ବଢୁଥିଲା………।
ସାଗର କିନ୍ତୁ ନାଇଁ ଦି ,ସମୟ ହେଇଗଲା ! ଆଉ କେବେ ଏମିତି ଫାଙ୍କା ସମୟ ଦେଖି ଫୋନ କଲେ ଭଲ ହେବ ।ଏବେ ଫୋନ ରଖି ପିଲାଙ୍କ ପାଇଁ ଟିଫିନ ରେଡି କରି ସେମାନଙ୍କୁ ଅପେକ୍ଷା କରିବାଟା ଠିକ ହେବ । ସାଗର ରହୁଚି କହି ଫୋନ ରଖିବା ବେଳେ ,ଆସ୍ଥା ବି ଭଉଣୀର ଅଧିକାର ଦେଖେଇ ସାଗରକୁ କିଛି ଖାଇନେବା ପାଇଁ କହି ଫୋନ ରଖିଥିଲା ।
କ୍ରମଶଃ
Comments are closed.