ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଆରମ୍ଭ କଲା ସାଗର । ମୁଁ ତା ପାଖରେ ପ୍ରଥମେ ଯେତେବେଳେ ରହିବା ଆରମ୍ଭ କଲି ମୋର ଖାଇବା ପିଇବା ପିନ୍ଧିବା ସବୁ କଥା ବୁଝିଥିଲା ।ମୋର ଭାଇ ପରି ଖୁବ ଯତ୍ନ ନେଲା । ମୋର ପାଠ ପଢ଼ା ଆଉ ଚାକିରୀ ପ୍ରତି କେବଳ ଧ୍ୟାନ ଦେବାକୁ କହିଥିଲା ! ସେଇଦିନଠାରୁ ମୁଁ ଏକ ପ୍ରକାର ନିଶ୍ଚିନ୍ତ ହୋଇଗଲି ମୋର ଭବିଷ୍ୟତ ସୁରକ୍ଷିତ ଜାଣି ! ତା ପ୍ରତି ମୋ ଶ୍ରଦ୍ଧା ଓ ସମ୍ମାନ ଖୁବ ବେଶି ବଢି ଯାଇଥିଲା ।
ତା ପାଖରେ ରହିବା ପରେ ତା ବିଷୟରେ ଆସ୍ତେ ଆସ୍ତେ ସବୁ ଜାଣିଲି ! ତାର ଦିନସାରାର ପ୍ରଧାନ କାମ ଥିଲା ଯେତେ ପ୍ରକାର ଝିଅ ତା ସଂସ୍ପର୍ଶରେ ଆସୁଥଲେ ସମସ୍ତଙ୍କୁ ସେ କେମିତି ଆକର୍ଷିତ କରିବ ବା କଣ ଏମିତି କଲେ ସେମାନେ ତା ପାଖକୁ ଆକର୍ଷିତ ହୋଇ ଆସିବେ ସେ ଚିନ୍ତାରେ ସେ କିଛି ନା ନାହିଁ କରୁଥିଲା ! ଆଉ ଗୋଟେ କଥା ମୁଁ ଲକ୍ଷ୍ୟ କରିଥିଲି , କେଜାଣି କି ଅଦ୍ଭୁତ ଆକର୍ଷଣୀୟ ଶକ୍ତି ତା ପାଖରେ ଥିଲା ସତରେ ! ଯେକୌଣସି ଝିଅ ବି ତା ପାଖକୁ ଟାଣି ହୋଇ ଆସୁଥିଲେ ! ବେଶି କଳା କୌଶଳ ଆପଣେଇବାକୁ ପଡୁନଥିଲା ତାକୁ ! ଆଜି ରାଧା ତ କାଲି ବିଶାଖା ପରଦିନ ମୀରା , ଆସ୍ଥା, ବିଶ୍ୱସ୍ଥା ଏମିତି ଗୋଟେ ପରେ ଗୋଟେ ସବୁ ଲମ୍ବା ଲାଇନ ରେ ! ଯେତେ ବୁଝେଇଲେ ବି ଡ୍ରେସ ବଦଳେଇବା ଭଳି ଝିଅ ବଦଳେଇବା ନିଶା ତାର ଆସ୍ତେ ଆସ୍ତେ ବଢ଼ି ବଢ଼ି ଚାଲିଥିଲା ପଛେ କମିବାର ନାଁ ନେଉ ନଥିଲା !! ଏଇ କଥା କୁ ନେଇ ଆମ ଦୁହିଁଙ୍କ ଭିତରେ ଗଣ୍ଡଗୋଳବି ଲାଗି ରହୁଥିଲା ।
ଗୋଟିଏ ଘରେ ଆମେ ଦୁହେଁ ଏକାଠି ରହୁଥିଲୁ କିନ୍ତୁ ମୁଁ ପୂର୍ବ ହେଲେ ସେ ପଶ୍ଚିମ , ମୁଁ ଫୁଲ ହେଲେ ସେ କଣ୍ଟା ,ମୁଁ ବାଆ ହେଲେ ସେ ବତାସ, ମୁଁ ପାଣି ତ ସିଏ ନିଆଁ !!!! ବଡ ଭାଇ ପରି ଆଦର ଯତ୍ନ କଲେ ବି ଅନ୍ୟାୟ କୁ ପ୍ରଶ୍ରୟ ଦେବା ମୋ ପାଇଁ ନୀତି ବିରୁଦ୍ଧ ଥିଲା ଏବଂ ମୋର କର୍ତ୍ତବ୍ୟ ବିରୁଦ୍ଧ ବି ଥିଲା । ମୋ ଆଖି ଆଗରେ ନକରି ମୋ ପଛରେ ବେଳେ ବେଳେ ମୁଁ ସବୁ ଜାଣେ କିନ୍ତୁ ବାଧ୍ୟହୋଇ ଅଣଦେଖା କରେ !! ପୁଣି କେବେ କେମିତି ପ୍ରତିରୋଧ ବି କଲି କିନ୍ତୁ ସେ ତା ରାସ୍ତାରେ ଅଟଳ ରହିଲା ।
Comments are closed.