Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’

ବହୁତ ଦିନ ପର୍ଯ୍ୟନ୍ତ କିଛି ସ୍ଥିର କରି ପାରି ନ ଥିଲା ଆସ୍ଥା ! ତା’ ଭିତରେ ରହି ରହି ବାରମ୍ବାର ସ୍ୱପ୍ନିଲର ଫୋନ୍ ତାକୁ ଖୁବ୍ ଅସ୍ଥିର କରି ପକାଏ ! ବହୁତ କଷ୍ଟରେ ଶେଷରେ ସ୍ୱପ୍ନିଲ ସହିତ ତା’ ଭିତରେ ଚାପି ହୋଇ ରହିଥିବା ଦୁଃଖ, କଷ୍ଟ, ଯନ୍ତ୍ରଣାକୁ ବାଣ୍ଟିବା ପାଇଁ ସ୍ଥିର କଲା ଆସ୍ଥା !

କାରଣ ୟା ଭିତରେ, ସମ୍ଭବଙ୍କର ଆସ୍ଥା ପ୍ରତି ଥିବା ପୂର୍ବ ଭଳି ଅହେତୁକ ଦୁର୍ବଳତା ତଥା ସମ୍ମାନ ସବୁ ଆସ୍ତେ ଆସ୍ତେ ମଉଳି ଯାଇଥିଲା ସମୟର କଷାଘାତରେ ! ସେତେବେଳେ ଆସ୍ଥାର ପ୍ରତ୍ୟେକ ଛୋଟ ଛୋଟ କଥାକୁ କେତେ ଯତ୍ନର ସହିତ ପୂରଣ କରୁଥିଲେ, ଏବେ କିନ୍ତୁ ପ୍ରତ୍ୟେକ କଥାକୁ ଅଣଦେଖା କରିଵା ତାଙ୍କର ଯେମିତି ଗୋଟିଏ ଅଭ୍ୟାସରେ ପରିବର୍ତ୍ତନ ହୋଇଯାଇଥିଲା। ଘଡ଼ିଏ ନଦେଖିଲେ ପାଗଳଙ୍କ ପରି ହେଇଯାଉଥିଲେ , ଏବେ ନଜର ପଡିଗଲେ ଆଖିକୁ ଯେମିତି ଖ ଟ୍ କା ଲାଗେ ଆସ୍ଥା ,ସମ୍ଭବ ଙ୍କ ଆଖିକୁ ! ଭାରି ଅଲୀଅଳି ଆଉ ଅଭିମାନି ବୋଲି ତାର ହୃଦୟ କୁ ସବୁବେଳେ ଯଥାସମ୍ଭବ ବୁଝିବାକୁ ଚେଷ୍ଟା କରୁଥିଲେ ସମ୍ଭଵ , ଆଜି କିନ୍ତୁ ସେ ତାଙ୍କ ପାଇଁ ବୋଝ ! ଖୁବ୍ ଅବହେଳିତ ! କଥାରେ କହନ୍ତି –

“ମହୁ ଯେତେ ପୁରୁଣା ହୁଏ ସେତେ ଅଠା
ସମ୍ପର୍କ ଯେତେ ପୁରୁଣା ହୁଏ ସେତେ ମିଠା” ।

ପ୍ରକୃତରେ ବୋଧହୁଏ କଥାଟା ପୁରା ଓଲଟା ହୋଇଥାଏ। ପ୍ରତ୍ୟେକ ନୂଆ ଜିନିଷ ଆଖିକୁ ଚକ୍ ଚକ୍ ଆଉ ସମୟର ବଧବହଳ ଆସ୍ତରଣ ପଡ଼ି ସବୁ ଫିକା, ପାଉଁଶିଆ, ବେରଙ୍ଗ ଆଉ ବକବାସ ହୋଇଯାଏ । ବାସ୍ ଆଉ ତା ‘ପରେ ମଣିଷ ନୂଆର ସନ୍ଧାନରେ , ତା’ ମୋହରେ, ଅନେକ ନୂଆ ନୂଆ ସ୍ୱପ୍ନର ଆବେଶରେ ଛନ୍ଦି ହୋଇପଡେ ! ଖୋଜେ ନୂଆ ନୀଡ଼ ! ପୁଣି ପୁରୁଷ ଜାତି ! ସମ୍ଭବ ବା ଏଥିରୁ ବାଦ୍ ଯାଇଥାନ୍ତେ କିପରି ?

ଆସ୍ଥାର କିଛି ଦିନ ଅସୁସ୍ଥତା ପାଇଁ କାମ କରିବା ଉଦ୍ଦେଶ୍ୟରେ ଘରେ କାମ କରିବା ପାଇଁ ବହୁତ ଖୋଜାଖୋଜି ପରେ ଶେଷରେ ଝିଅଟିଏ ଠିକ୍ ହୁଏ । ଝିଅଟିର ବୟସ ହେବ ବାଇଶି କି ତେଇଶ । ନାଁ ତାର ମାୟା

Leave A Reply

Your email address will not be published.