Latest Odisha News

BREAKING NEWS

କବିତା : ମଙ୍ଗଳ ଗୀତି

ଗଦାଧର ସାହୁ 

ଶୁଭେଚ୍ଛୁ ମାନଙ୍କ
ସ୍ନେହ ଶ୍ରଦ୍ଧା ପ୍ରେମ
ଶ୍ରଦ୍ଧେୟ ମଙ୍ଗଳ ପାଇଁ,
ଥାଉ ଚିରଦିନ
ରହୁ ଅମଳିନ
ଏତିକି ବିନତି ସାଇଁ ।

ଯେ ପଥେ ଚାଲିବୁ
ତାଙ୍କରି ଆଶିଷେ
ଆମରି ମଙ୍ଗଳ ପାଇଁ,
ସେ ପଥ ତାଙ୍କରି
ଆମେ ପଥଚାରି
ଦି ଦିନ ପଥିକ ହୋଇ ।

ଏ ଜୀବନ କ୍ଷୀଣ
ନୁହେଁ ଚିରଦିନ
ଏ ମହୀମଣ୍ଡଳ ପାଇଁ,
ଜନ୍ମିଛ ମରିବ
ଅମର ହୋଇବ
ଯଶ କିର୍ତ୍ତୀଥିଲେ ଥୋଇ ।

ତାଙ୍କରି କରୁଣା
କେବେ ନୋହୁ ଉଣା
ଝରୁ ଅମୃତର ବାରି,
ସେ ବାରି ଆଶିଷ
ତୁମ ଶୁଭାଶିଷ
ଆମ୍ଭେ ଥିବୁ ପାନକରି ।

Leave A Reply

Your email address will not be published.