ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ଗୋଟେ ପାଣିଚିଆ ହସ ହସି ବୀରାର ମୁଣ୍ଡ ବାଳ ସାଉଁଳୁ ସାଉଁଳୁ ସମୀରା କହିଲା, “ଗୋଟେ ଛୋଟପିଲାରୁ ହଠାତ୍ କେତେବେଳେ ଏତେ ବଡ଼ପିଲା ହେଇଗଲୁ ମ?” ଟିକେ ହସିଦେଇ ବୀରା କହିଲା, “ଦି’, ଏଇଟା ହେଉଛି ସମୟର ଯାଦୁ । ମୋ’ର ଦୃଢ଼ ବିଶ୍ୱାସ ଅଛି ଯେ କାଲିକି ସବୁକିଛି ଠିକ୍ ହେଇଯିବ ।”
ବୀରା କିନ୍ତୁ ଜାଣିନଥିଲା ଯେ ତା’ ଭାବନାସବୁ କେତେ ଭୁଲ୍ ବୋଲି… ବିଳାସପୂର୍ଣ୍ଣ କ୍ରୁଜ ‘ରୟାଲ ୟୁରେକା’କୁ ଦେଖିବାମାତ୍ରେ ବୀରା ଚକିତ ହୋଇଗଲା । ଜାହାଜଟା ଏତେ ବଡ଼ ଯେ ବୀରାର ଟାଇଟାନିକ୍ କଥା ମନେପଡ଼ିଗଲା । ଏକ ବିଶାଳ ଏଚ୍ରାାନ୍ସ ଡେକ୍, ଗୋଟିଏ ମତ୍ସକନ୍ୟାର ମୂର୍ତ୍ତି ଆଉ ସୁଦୃଶ୍ୟ ବିଶାଳ ଗୋଟେ ମାସ୍ତୁଲ – ଏସବୁ ଦେଖି ବୀରା ପାଟି ମେଲି ହୋଇଯାଇଥାଏ ।
“ୱାଃ! ଚମତ୍କାର” କହି କହି ପଛକୁ ଆସୁଥିଲାବେଳେ ବୀରା ଜଣକ ସହ ଧକ୍କା ହୋଇଗଲା । ପିଲାଟି ତାକୁ ଧରିପକାଉ ପକାଉ କହିଉଠିଲା, “ଓହୋ ହୋ… ଟିକେ ହୁସିଆର ଚାଲ ।” ବୀରା ବୁଲିପଡ଼ି ତା’ ମୁହଁକୁ ଚାହିଁଲା । ପାଖାପାଖି ପନ୍ଦର ବର୍ଷ ବୟସର ହେବ ସିଏ, ମାନେ ତା’ ନିଜ ବୟସ ପାଖାପାଖି । ଗୋରା, ଘନ କହରାବାଳ, ଆଖି ଦୁଇଟି ଆହୁରି ଗାଢ଼ କହରା, ଅଲରାବାଳ ଦେଖିଲେ ଲାଗୁଥିଲା, ଯେମିତି ପାନିଆ ମରାଯାଇନି ମୁଣ୍ଡରେ ।
“ସିଦ୍ଧାର୍ଥ । ମତେ ସିଡ଼୍ ବି ଡାକିପାର…” ପିଲାଟି କହିଲା । “ଆରେ, ବାହ୍ । ପିଲାଟି ଭାରତୀୟ ।” ବୀରା ମନେମନେ କହିଲା ।
କ୍ରମଶଃ