Latest Odisha News

BREAKING NEWS

କବିତା : କାହିଁକି ?

ଈଶ୍ୱର ଗୁରୁ

ଏ ଶୂନ୍ୟତା ଭିତରେ
ସେ କୋଳାହଳ ଶବ୍ଦ କାହିଁକି ?
ଏ ମୃତ୍ୟୁ ବିଭୀଷିକାରେ
ସେ ବଞ୍ଚିବାର ଇଚ୍ଛା କାହିଁକି ?

ଏ ଛଳନା ପ୍ରତାରଣାରେ
ସେ ମାନବିକତା କାହିଁକି ?
ଏ ମାୟା ପ୍ରହେଳିକାରେ
ସେ ସ୍ପଷ୍ଟ ଚେତନା କାହିଁକି ?

ଏ ଅନ୍ଧାର ବାଟରେ
ସେ ଚନ୍ଦ୍ର ଆଲୋକ କାହିଁକି ?
ଏ ଶ୍ମଶାନ ଭୂମିରେ
ସେ ଏନ୍ତୁଡ଼ିଶାଳ ର ନିଆଁ କାହିଁକି ?

ଏ ବନ ଭୂମି ରେ
ସେ ଉପତ୍ୟକାର ମେଘ କାହିଁକି ?
ଏ ମରୁଭୂମି ରେ
ସେ ଝରଣା ର ଶୀତଳ ଜଳ କାହିଁକି ?

ଏ ପ୍ରେମ ପ୍ରଣୟ ରେ
ସେ ବିରହ ଯନ୍ତ୍ରଣା କାହିଁକି ?
ଏ ଭାବ ଆବେଗ ରେ
ସେ ଭାବ ପ୍ରବଣତା କାହିଁକି ?

ଏ ସ୍ବପ୍ନ ପଟଳ ରେ
ସେ ଦୁଃସ୍ବପ୍ନ ର ଛାୟା କାହିଁକି ?
ଏ ଅଭିମାନ ରେ
ସେ ସ୍ୱାଭିମାନ ର ଗାଥା କାହିଁକି ?

ଏ ତତ୍ପରତା ରେ
ସେ ଅଳସୁଆ ପଣ କାହିଁକି ?
ଏ ସାଂସାରିକତା ରେ
ସେ ବୈରାଗ୍ୟତା କାହିଁକି ?

ଏ ମନ ମସ୍ତିଷ୍କ ରେ
ସେ ହୃଦୟ ର କଥା କାହିଁକି ?
ଏ ପ୍ରଶ୍ନ ଗନ୍ତାଘର ରେ
ସେ ଉତ୍ତର ପୁଣି କାହିଁକି ?

 କଟକ , ଖାନ ନଗର

Leave A Reply

Your email address will not be published.