Latest Odisha News

BREAKING NEWS

ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ: ଭାରତୀୟ କ୍ୟାମ୍ପରେ ସାମିଲ ହେଲେ ଆକ୍ୱିବ ନବୀ

ନୂଆଦିଲ୍ଲୀ: ଜୁନ ୬ରୁ ମୁଲ୍ଲାଂପୁରରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳାଯିବ । ଏଥିପାଇଁ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଜମ୍ମୁ-କଶ୍ମୀରର ପେସ ବୋଲର ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଯାଇ ନ ଥିଲା । ଏବେ ତାଙ୍କୁ ବ୍ୟାକଅପ ଖେଳାଳି ଭାବେ ଭାରତୀୟ କ୍ୟାମ୍ପରେ ଯୋଗ ଦେବା ପାଇଁ କୁହାଯାଇଛି । ଅଜିତ ଅଗରକର ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଆକ୍ୱିବଙ୍କ ବଦଳରେ ଗୁରନୂର ବରାରଙ୍କୁ ଦଳରେ ସାମିଲ କରାଯାଇଥିଲା । ଏ ନେଇ କ୍ରିକେଟ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଥିଲେ । ଆକ୍ୱିବ ଆଫଗାନିସ୍ତାନ ବିପକ୍ଷରେ ଖେଳିବେ ବୋଲି ସ୍ଥିର ହୋଇନି ।

ସେହିପରି ଶ୍ରୀଲଙ୍କା ଗସ୍ତରେ ମଧ୍ୟ ତାଙ୍କୁ ସୁଯୋଗ ମିଳିବ କଷ୍ଟ । ଅକ୍ଟୋବରରେ ଭାରତୀୟ ଟିମ ନ୍ୟୁଜିଲାଣ୍ଡ ଯିବ । ସେଠାକାର ପିଚ ନବୀଙ୍କୁ ସୁହାଇବ ବୋଲି ଅନୁମାନ କରାଯାଉଛି । ଏହାକୁ ଆଖି ଆଗରେ ରଖି ଚୟନ କମିଟି ତାଙ୍କୁ ଟିମ ଇଣ୍ଡିଆ ସହ ଯୋଡିଛନ୍ତି । ଗତ ରଣଜୀ ଟ୍ରଫିରେ ସେ ଜମ୍ମୁ-କଶ୍ମୀରକୁ ଐତିହାସିକ ଟାଇଟଲ ଜିତାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ୧୦ ପ୍ରଥମଶ୍ରେଣୀ ମ୍ୟାଚରେ ୬୦ ୱିକେଟ ଅକ୍ତିିଆର କରିଥିଲେ । ଆଇପିଏଲ ୨୦୨୬ ମିନି ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୮.୪୦ କୋଟି ଟଙ୍କାରେ ଦଳରେ ନେଇଥିଲା । ସେ ୫ଟି ମ୍ୟାଚ ଖେଳି ଗୋଟିଏ ବି ୱିକେଟ ହାସଲ କରିପାରି ନ ଥିଲେ ।

Leave A Reply

Your email address will not be published.