Latest Odisha News

BREAKING NEWS

୬ଷ୍ଠ ଖେଳାଳି ଭାବେ ଟି୨୦ ବିଶ୍ୱକପରେ ହ୍ୟାଟ୍ରିକ ନେଲେ ଲିଟଲ

ମେଲବୋର୍ଣ୍ଣ: ଆୟର୍ଲାଣ୍ଡର ଜୋଶୁଆ ଲିଟଲ ନ୍ୟୁଜିଲାଣ୍ଡ ବିପକ୍ଷ ଶୁକ୍ରବାର ମୁକାବିଲାରେ ହ୍ୟାଟ୍ରିକ ୱିକେଟ ନେଇଛନ୍ତି । ଟି୨୦ ବିଶ୍ୱକପରେ ସେ ଷଷ୍ଠ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି । ଚଳିତ ବିଶ୍ୱକପରେ ଏହା ଦ୍ୱିତୀୟ ହ୍ୟାଟ୍ରିକ । ଲିଟଲଙ୍କ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ୟୁଏଇର କାର୍ତିକ ମୟପ୍ପନ ଏହି ସଫଳତା ହାତେଇ ଥିଲେ । ୧୮ ଓଭରରେ ନ୍ୟୁଜିଲାଣ୍ଡ ୩ ୱିକେଟ ବିନିମୟରେ ୧୭୦ରନ କରି ଭଲ ସ୍ଥିତିରେ ରହିଥିଲା । ୧୯ତମ ଓଭରରେ ଲିଟଲ ଚମତ୍କାର କରିଥିଲେ । ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବଲରେ ସେ କେନ ୱିଲିୟମସନ, ଜେମ୍ସ ନୀଶନ ଓ ମିଚେଲ ସାଟେଂନରଙ୍କୁ ଆଉଟ କରିଥିଲେ ।

ତେବେ ଏହା ସତ୍ୱେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୬ ୱିକେଟ ହରାଇ ୧୮୫ ରନ କରିବାକୁ ସକ୍ଷମ ହୋଇଥିଲା । ୱିଲିୟମସନ ସର୍ବାଧିକ ୬୧ ରନ ସଂଗ୍ରହ କରିଥିଲେ । ଆୟର୍ଲାଣ୍ଡର ଗେରାଥ ଡେଲାନୀ ୨ଟି ୱିକେଟ ନେଇଥିଲେ । ଲିଟଲଙ୍କ ପୂର୍ବରୁ ବ୍ରେଟ ଲୀ, କର୍ଟିସ କ୍ୟାମ୍ଫର, ୱାନିନ୍ଦୁ ହସରଙ୍ଗା, କାଗିସୋ ରାବାଡା ଓ କାର୍ତିକ ମୟପ୍ପନ ଟି୨୦ ବିଶ୍ୱକପରେ ହ୍ୟାଟ୍ରିକ ୱିକେଟ ନେଇଥିଲେ ।

Leave A Reply

Your email address will not be published.