Latest Odisha News

BREAKING NEWS

ସାପ ସହ ବନ୍ଧୁତା

ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଜନ୍ତୁ ହେଉଛି ସାପ। ଏହାକୁ ଦେଖି ଯେକେହି ବି ଡରିଯିବ। କିନ୍ତୁ ଏହାକୁ ଘରେ ପାଳିବା କଥା କେହି କେବେ ବି ଚିନ୍ତା କରିନଥିବେ। ସାଧାରଣତଃ ଲୋକେ କୁକୁର, ବିଲେଇ, ନେଉଳ, ଶୁଆ, ପାରା, କୁକୁର ଆଦି ଘରେ ପାଳିଥାନ୍ତି। ଯେଉଁମାନେ କୌଣସି କ୍ଷତି କରନ୍ତି ନାହିଁ। ମାତ୍ର ଘରେ ସାପ ପାଳିବା ନିଶ୍ଚିତ ଭୟଙ୍କର। ଆଜିକାଲି ଘରେ ବିଲେଇ, କୁକୁର ପାଳିବା ଭଳି ଲୋକମାନେ ସାପ ମଧ୍ୟ ଘରେ ପାଳିବା ପାଇଁ ସଉକ ରଖିଲେଣି। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଶିଶୁ ବିରାଟ ଅଜଗର ସହ ଖେଳୁଛି।

ଭିଡିଓଟି ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ସେଥିରେ ଦେଖିବାକୁ ମିଳୁଛି ଜଣେ ବାଳକ କୋଳରେ ଦୁଇଟି ବିଶାଳକାୟ ଅଜଗର ଧରି ଖେଳୁଛି । ଏହି ସାପ ଅତ୍ୟନ୍ତ ଭୟଙ୍କର ହୋଇଥିବା ବେଳେ ପିଲାଟି ତାଙ୍କ ସହ ଆରାମରେ ବସି ଖେଳୁଛି।

ତେବେ ଭିଡିଓ ଦେଖି ଲୋକମାନେ ବେଶ୍ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅନେକ ଲୋକ ଭୟ କରିବା ସହ ନ ଖେଳିବାକୁ ପରାମର୍ଶ ଦେଇଛନ୍ତି।ଆଉ କିଛି ଲୋକ ଏଥି ପାଇଁ ସେମାନଙ୍କ ମାତାପିତାଙ୍କୁ ଦାୟୀ କରିଛନ୍ତି। ଏହା ନିଶ୍ଚିତ ଭାବରେ ଭୟାନକ ଏବଂ ଜୀବନ ନାଶକ।

Comments are closed.