Latest Odisha News

ଏପରି କରନ୍ତୁ ଲିଭର ଡିଟକ୍ସ..

ଭୁବନେଶ୍ବର:ଆଜିକାଲିର ଆଧୁନିକ ଜୀବନଶୈଳୀ ଯୋଗୁଁ ଫ୍ୟାଟି ଲିଭର ସମସ୍ୟା ଦେଖାଯାଉଛି । କମ୍ ଶାରିରୀକ ପରିଶ୍ରମ ଆମେ କରୁଛୁ ତେଣୁ ଏହି ସମସ୍ୟା ବଢିବାରେ ଲାଗିଛି। ଅତିରିକ୍ତ ଫ୍ୟାଟ ଲିଭରରେ ଜମା ହେଉଛି ଓ ପରେ ଗମ୍ଭୀର ରୋଗର କାରଣ ପାଲଟୁଛି । ତେବେ ସୁସ୍ଥ ଯକୃତ ପାଇଁ ଏହି ଉପାୟ ଆପଣାନ୍ତୁ..

-ସକାଳ ସମୟରେ ଯୋଗ, କିଛି ଶାରିରୀକ ପରିଶ୍ରମ କରନ୍ତୁ । ଏହା ଓଜନକୁ ନିୟନ୍ତ୍ରଣ କରିବ । ଏଥିସହ ଯକୃତରେ ଜମିଥିବା ଅତିରିକ୍ତ ଚର୍ବିକୁ ମଧ୍ୟ କମ୍ ହେବ ।

– ସକାଳୁ ସକାଳୁ ଚା’, କଫି ପିଅନ୍ତୁ ନାହିଁ । ଏହା ବଦଳରେ ଗ୍ରୀନ୍ ଟି , ହର୍ବାଲ ଟି ପିଅନ୍ତୁ ।

-ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇବା ଦ୍ବାରା ଲିଭର ଡିଟକ୍ସ ହୁଏ । ଆପଣ ଉଷୁମ ପାଣିରେ ଲେମ୍ବୁ ରସ ଓ ମହୁ ମିଶାଇ ମଧ୍ୟ ପିଇପାରିବେ ।

– ସକାଳ ଜଳଖିଆରେ ଅଧିକ ଚିନି ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ସକାଳେ ଫଳ ମୂଳ ଖାଆନ୍ତୁ । ଏଥିସହ ଫାଇବରରେ ଭରପୁର ଖାଦ୍ୟ ଯେପରିକି ଦଲିଆ ଓ ନଟ୍ସ ସାମିଲ କରନ୍ତୁ । ଏହା ପାଚନ କ୍ରିୟାକୁ ଭଲ କରିଥାଏ । ଯକୃତରେ ଚର୍ବିକୁ କମାଇବାରେ ସାହାଯ୍ୟ କରେ ।

Comments are closed.