Latest Odisha News

ଓଡ଼ିଶାରେ ଲର୍ଣ୍ଣର ଲାଇସେନ୍ସ ଟେଷ୍ଟ ଲାଗି ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ଲର୍ଣ୍ଣର ଲାଇସେନ୍ସ (ଏଲଏଲ) ପରୀକ୍ଷା ପାଇଁ ସ୍ଲଟ୍ ବୁକିଂ ଗୁରୁବାର ସକାଳ ୧୧ଟାରୁ ଆରମ୍ଭ ହୋଇଛି। ଯାହା କୋଭିଡ-୧୯ ମହାମାରୀ କାରଣରୁ ବନ୍ଦ ରହିଥିଲା।

ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟ୍ବିଟ୍ କରାଯାଇଛି।

ସୂଚନା ଅନୁଯାୟୀ ଯେଉଁମାନେ ଆଗରୁ ଲର୍ଣ୍ଣିଂ ଲାଇସେନ୍ସ ପାଇବା ପାଇଁ ସ୍ଳଟ୍ ବୁକିଂ କରିଥିଲେ ସେମାନଙ୍କ ପାଇଁ କେବଳ ଏହି ସୁବିଧା ମିଳିବ । ନୂଆ ଏଲ୍‌ଏଲ୍ ପାଇବା ପାଇଁ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ସେହିପରି ୧୬ ତାରିଖରୁ ଏଲ୍‌ଏଲ୍ ପାଇଁ ଟେଷ୍ଟିଂ ଆରମ୍ଭ ହେବ। ସ୍ଲଟ୍ ବୁକିଂ ପାଇଁ ୧୫ ମିନିଟ୍ ସମୟ ରହିବ। କୋଭିଡ କଟକଣା ମଧ୍ୟରେ ରହି ଏହି କାର୍ଯ୍ୟ ସମ୍ପାଦନା କରିବାକୁ ବାଧ୍ୟତାମୂଳକ କରାଯାଇଛି।

ଟେଷ୍ଟିଂ କେନ୍ଦ୍ରରେ ପ୍ରାର୍ଥୀମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ଆବେଦନ କାରୀ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରୁ ହୋଇଥିଲେ ତାଙ୍କୁ ଟେଷ୍ଟ ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ।

ତେବେ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି।

Comments are closed.