Latest Odisha News

BREAKING NEWS

ପାରାଦୀପ ତୈଳ ବିଶୋଧନାଗାର ମୁଖ୍ୟ ରାସ୍ତାକୁ ଅବରୋଧ କଲେ ଆନ୍ଦୋଳନରତ ଗ୍ରାମବାସୀ

ପାରାଦୀପ : ପାରାଦୀପ ତୈଳ ବିଶୋଧନାଗାର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ନିକଟସ୍ଥ କିଛି ଗାଁର ଗ୍ରାମବାସୀ ମାନେ ।

ସୂଚନା ଅନୁଯାୟୀ ସ୍ଥାନୀୟ ନିହାରୁଣି ନଦୀରୁ ଅଳିଆ ଆବର୍ଜନା ସଫେଇ ନେଇ ଆଜି ସକାଳୁ ପ୍ରାୟ ୫ଶହରୁ ଅଧିକ ସଂଖ୍ୟାରେ ଗ୍ରାମବାସୀମାନେ ପାରାଦୀପ ତୈଳ ବିଶୋଧନାଗାର ମୁଖ୍ୟରାସ୍ତାକୁ ରାଙ୍ଗିଆଗଡ ପୋଲ ନିକଟରେ ଅବରୋଧ କରିଛିନ୍ତି ।

ଅନ୍ୟପକ୍ଷରେ ବିଶୋଧନାଗାର ଭିତରୁ ୩ଟି ଡ୍ରେନ ଟାଉନସିପ ପଛ ଦେଇ ଏହି ନଦୀରେ ପଡୁଛି । ଫଳରେ ଏଥିଯୋଗୁଁ ଅଳିଆ ଆବର୍ଜନା ପଡି ନଦୀ ପୋତିିହୋଇ ପଡୁଛି ଏବଂ ବର୍ଷା ହେଲେ ବର୍ଷା ଜଳ ଗୁଡିକ ନଦୀରେ ପ୍ରବାହିତ ନହୋଇପରି ଦୁର୍ଗନ୍ଧମୟ ପାଣି ଗାଁ ଭିତରକୁ ପ୍ରବେଶ କରୁଛି ।

ଆହୁରି ମଧ୍ୟ କମ୍ପାନୀ ପକ୍ଷରୁ ଗାଁକୁ ପାଇପ ଯୋଗେ ପାନୀୟ ପାଣି ଯୋଗାଇ ଦେବାନେଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପରବର୍ତ୍ତି ସମୟରେ ଟ୍ରାକ୍ଟର ଯୋଗେ ଜଳ ଯୋଗାଉଛନ୍ତି । ଏହାକୁ ନେଇ ଚାନ୍ଦିନୀପଡା, ରଙ୍ଗିଆଗଡ, ନିହାରୁଣୀ, କତକୁଲା, ଚୁନ, ବଗଦିଆ, ଝିମାଣି, କୋଠି ଓ ସିଜୁ ଆଦି ବିଭିନ୍ନ ଗାଁର ଗ୍ରାମବାସୀମାନେ ଦାବି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ସେମାନେ ରାସ୍ତା ଅବରୋଧ କରିବାକୁ ବାଧ୍ୟ ହୋଇଥିବା ନେଇ ଗ୍ରାମବାସୀମାନେ ସୂଚନା ଦେଇଛନ୍ତି ।

ଏହି ରାସ୍ତା ଅବରୋଧ ଫଳରେ ତୈଳ ବିଶୋଧନାଗାରକୁ ଗାଡି ମଟର ଯାତାୟାତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ତେବେ ଘଟଣାସ୍ଥଳରେ ଜଗତସିଂହପୁର ସାଂସଦ ଓ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।

Leave A Reply

Your email address will not be published.