Latest Odisha News

BREAKING NEWS

କାଲିଠୁ ନବରଙ୍ଗପୁର ସଟ୍‌ଡାଉନ୍‌

ନବରଙ୍ଗପୁର: ଆସନ୍ତାକାଲିଠୁ ୨ ଦିନ ପାଇଁ ନବରଙ୍ଗପୁରକୁ ସଟଉଡାଉନ୍ ଘୋଷଣା ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଛନ୍ତି । କାଲି ସକାଳ ୫ଟାରୁ ୨୨ ତାରିଖ ଯାଏଁ ଏହି ସଟଡାଉନ୍ ଘୋଷଣା ହୋଇଛି । ମଙ୍ଗଳବାର ଓ ବୁଧବାର ଜିଲ୍ଲାକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ଡଃ, ଅଜିତ କୁମାର ମିଶ୍ର।

ତେବେ ଏହି ସଟ୍‌ଡାଉନ୍ ସମୟରେ ସମସ୍ତ ଅତ୍ୟବାଶକୀୟ ସାମଗ୍ରୀ ଦୋକାନ ଖୋଲାରହିବ । ଦିନ ୬ରୁ ୧ଟା ମଧ୍ୟରେ କ୍ଷୀର, ପରିବା ଓ ତେଜରାତି ଦୋକାନ ଖୋଲା ରହିବ । ଆସନ୍ତାକାଲି ସକାଳ ସମୟରୁ ୨୨ତାରିଖ ଯାଏଁ ଏହି କଟକଣା ଜାରି ରହିବ । ସମସ୍ତଙ୍କୁ ସଟ୍‌ଡାଉନ୍ କଟକଣା ମାନିବାକୁ କୁହାଯାଇଛି । ଯଦି କେହି ନିୟମ ଭାଙ୍ଗନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.