ଓଡ଼ିଶା ସମ୍ବାଦ ବ୍ୟୁରୋ: ସାଂସଦ ମହେଶ ସାହୁଙ୍କ ନେତୃତ୍ତ୍ବରେ NALCO CSR ପାଣ୍ଠିର ଉପଯୁକ୍ତ ବିନିଯୋଗ ତଥା ପାରିପାର୍ଶ୍ବିକ ଉନ୍ନତି ଓ ସ୍ଥାନୀୟ ନିଯୁକ୍ତି ଦାବିରେ ଏକ ପ୍ରତିବାଦ ସଭା ଓ ଶାନ୍ତିପୂର୍ଣ ଆନ୍ଦୋଳନ ଆୟୋଜନ କରାଯାଇଛି । ସାଂସଦଙ୍କ ସମ୍ପର୍କ ସଂଯୋଜକ ଓ ସଂଗ୍ରାମ ସଂଯୋଜକ କମିଟି ତତ୍ତ୍ବାବଧନରେ NALCO ସ୍ମେଲ୍ଟର ପ୍ଲାଣ୍ଟ ର ମୂଖ୍ୟ ଫାଟକ ସମ୍ମୁଖରେ ୨ ଘଣ୍ଟିଆ ପ୍ରତିବାଦ ସଭା କରାଯାଇଥିଲା । ଏଥିରେ ନାଲକୋ କ୍ଷତିଗ୍ରସ୍ତ ତଥା ପାରିପାର୍ଶ୍ବିକ ଗ୍ରାମବାସୀ , ଶ୍ରମିକ ସଙ୍ଗଠନ ଓ ଜମିହରା ପ୍ରଜାମାନେ ସାମିଲ ହୋଇଥିଲେ ।
ଏହି ପ୍ରତିବାଦ ସଭାରେ ଗ୍ରାମ୍ୟ ଗୃହ ନିର୍ମାଣ ଅଧକ୍ଷ ମୀନକେତନ ଅମାନ୍ତ , ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଭକ୍ତିପ୍ରଶାଦ ଦାସ , ପୂର୍ଣଚନ୍ଦ୍ର ରାଉତ୍ , ପାରିପାର୍ଶ୍ବିକ କିଛି ପଂଚାୟତର ସରପଂଚ ଓ ସମିତିସଭ୍ୟ ଉପସ୍ଥିତ ରହି ନିଜର ଦାବି ଉପସ୍ଥାପନ କରିଥିଲେ । ସମସ୍ତ ଜମିହରା ପ୍ରଜା ମାନେ ଏହି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ । ଆନ୍ଦୋଳନ ର ବିଭିନ୍ନ ଦାବି ଗୁଡ଼ିକ ମଧ୍ୟରେ CSR ପାଣ୍ଠିର ଉପଯୁକ୍ତ ବିନିଯୋଗ ତଥା ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ବିକାଶ ମୂଳକ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନୀୟ ଜମୀହରା ପ୍ରଜା , ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି ରେ ଅଗ୍ରାଧୀକାର ଦାବି । ଏଲ. ଏ. ପି / ଆଇ. ଟି. ଆଇ ଓ ଏସ. ଏ. ପି. ମାନଙ୍କୁ ସ୍ଥାୟୀ ନିଯୁକ୍ତି । କ୍ଷତିଗ୍ରସ୍ତ ତଥା ପାରିପାର୍ଶ୍ବିକ ଗ୍ରାମ ଗୁଡିକର ଛାତ୍ର ଛାତ୍ରୀ ମାନଙ୍କୁ ସ୍ବତନ୍ତ୍ର ଟେକନିକାଲ ଓ ଜେନେରାଲ ଶିକ୍ଷା ପ୍ରଶିକ୍ଷଣ ପାଇଁ NALCO ନିଜସ୍ବ ତାଲିମ କେନ୍ଦ୍ର ପ୍ରତିଷ୍ଠା ଦାବି । ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ବ୍ୟାପକ ବୃକ୍ଷ ରୋପଣ କରାଯାଉ । ଦୁର୍ଘଟଣା ରେ ମୃତ୍ୟୁୂରଣ କରୁଥିବା ଶ୍ରମିକ ମାନଙ୍କର ପରିବାରକୁ ୧୫ ଲକ୍ଷ ଟଙ୍କା ର ସହାୟତା ଓ ପରିବାରର ଜଣକୁ ମେଣ୍ଟେନାନ୍ସ ରେ ନିଯୁକ୍ତି । ଯଦି ନିର୍ଦିଷ୍ଟ ସମୟ ସୀମା ଭିତରେ ଏହି ଦାବୀ ଗୁଡିକୁ NALCO ପ୍ରଶାସନ ସମାଧାନ ନକରେ ତେବେ ଆଗାମୀ ଦିନରେ ରେଳ ରୋକ ଓ ଅର୍ଥନୈତିକ ଅବରୋଧ ପାଇଁ ସାଂସଦ ସୂଚନା ଦେଇଛନ୍ତି ।
BREAKING NEWS
- ପାକିସ୍ତାନର ବୈଦେଶିକ ନୀତି ଚଳାଉଛି ସେନା: ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ବଡ଼ ସ୍ୱୀକାରୋକ୍ତି
- ୫ଲକ୍ଷ ଲାଂଚ ନେଇ ଧରାପଡିଲେ ସ୍ୱତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ
- ଆସୁଛି ବାତ୍ୟା ‘ମୁରାସୁ’; ରାଜ୍ୟ ରାଜପଥ-୪୮କୁ ବନ୍ଦ କଲା ପ୍ରଶାସନ
- ‘KING’ Song in King Khan’s Birthday: ‘ତୁ ମିଲ୍ ଯାଏ’ରେ ଶାହାରୁଖ-ଦୀପିକାଙ୍କ ରୋମାନ୍ସ
- SRK Skips Birthday Appearance: ଲରେନ୍ସ ବିଷ୍ଣୋଇ ଧମକ ପରେ ବଲିଉଡ୍ରେ ଛନକା! ଜନ୍ମଦିନରେ ମନ୍ନତ ବାଲକୋନିକୁ ଆସିଲେନି କିଙ୍ଗ୍ ଖାନ୍, ଫ୍ୟାନ୍ଙ୍କ ପାଇଁ ଛାଡ଼ିଗଲେ ହାତଲେଖା ଚିଠି…
- Delhi Winter Action Plan Day-1: ୬୮ଲକ୍ଷ ଜରିମାନା ଆଦାୟ, ୧୫ଶହ ଗାଡିକୁ ପ୍ରବେଶ ମନା
- ଜମ୍ମୁ-କଶ୍ମୀରରେ ରାଜନୈତିକ ସଙ୍କଟ, ସରକାରଙ୍କୁ ୨୫ ବିଧାୟକଙ୍କ ୧୪ଦିନିଆ ଅଲଟିମେଟମ୍
- ACF ସୌମ୍ୟ ମୃତ୍ୟୁ ମାମଲା; ଆତ୍ମ ସମର୍ପଣ କଲେ ବିଦ୍ୟା ଭାରତୀ
- King Khan Birthday: ୬୧ ବର୍ଷରେ ପାଦ ଥାପିଲେ କିଙ୍ଗ୍ ଖାନ୍! ଭାଇରାଲ ହେଉଛି ଭାଇଜାନ୍ଙ୍କ ନିଆରା ବାର୍ଥଡେ ୱିଶ୍ ଭିଡିଓ…ଫ୍ୟାନ୍ସ କହିଲେ ଏମିତି କେବଳ ସଲମାନ କରିପାରିବେ….
- ‘ମୁରାସୁ’ ଆତଙ୍କ; କନ୍ଧମାଳ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି
Comments are closed.