ଛତିଶଗଡ: ରାସ୍ତାକଡରେ ଓଲଟିଲା ମଦ ବୋଝେଇ ଗାଡି । ଖବର ପାଇ ମଦ ଗାଡି ଜଗିବାକୁ ଆସିଲା ପୋଲିସ । ହେଲେ ମଦ ଗାଡି ଖବର ପାଇବା ପରେ ସାଧାରଣ ଲୋକ ବି ପହଂଚିଥିଲେ ଘଟଣାସ୍ଥଳରେ । ଆଉ ତା ପରେ ପୋଲିସକୁ ବେଖାତିର କରି ଲୋକେ ମଦ ହରିଲୁଟ୍ କରିବାରେ ଲାଗିପଡିଥିଲେ ।
ଛତିଶଗଡର କୱର୍ଦ୍ଧା ଅଂଚଳରେ ଗୁରୁବାର ଦିନ ଏକ ମଦ ବୋଝେଇ ଗାଡି ରାସ୍ତାକଡରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରକରେ ଥିଲା ୨୦ଲକ୍ଷ ମୂଲ୍ୟର ୨୦୦ କାର୍ଟୁନ୍ ମଦ । ମଦ ଗାଡିକୁ ପୋଲିସ ଜଗିଥିଲେ ବି ଲୋକେ କିନ୍ତୁ ମାନିନଥିଲେ । ନିଜ ମନପସନ୍ଦର ବ୍ରାଣ୍ଡ ବାଛି, ଯିଏ ଯେତେ ପାରିଲା ଧରିକି ଚାଲିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆର ଭାଇରାଲ୍ ହୋଇଛି ।
Comments are closed.