Latest Odisha News

BREAKING NEWS

ଗାନ୍ଧୀଙ୍କୁ ‘ମହାତ୍ମା’ ଉପାଧି ଦେଇଥିବା ରବୀନ୍ଦ୍ରନାଥ ଟାଗୋରଙ୍କ ଆଜି ପୁଣ୍ୟତିଥି

ଭୁବନେଶ୍ୱର: ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋରଙ୍କର ଆଜି ହେଉଛି ୭୯ତମ ପୁଣ୍ୟତିଥି । ୧୯୪୧ ମସିହା ଅଗଷ୍ଟ ୭ରେ ତାଙ୍କର ଦେହାନ୍ତ ଘଟିଥିଲା ।

କବିତା, ସାହିତ୍ୟ, ଦାର୍ଶନ, ନାଟକ, ସଙ୍ଗୀତ ଓ ଚିତ୍ରକର ଭଳି ବହୁଗୁଣ ପ୍ରତିଭାର ଅଧିକାରୀ ଥିଲେ ସେ । ତାଙ୍କୁ ‘ବଙ୍ଗଳାର ପକ୍ଷୀ’ ବୋଲି ମଧ୍ୟ ଆଖ୍ୟା ଦିଆଯାଇଥିଲା ।

ମହାକାବ୍ୟ ଗୀତାଞ୍ଜଳୀ ପାଇଁ ସେ ସାହିତ୍ୟରେ ନୋବେଲ୍ ପୁରସ୍କାର ପାଇଥିଲେ । ସେ ହେଉଛନ୍ତି ପ୍ରଥମ ଅଣ-ୟୁରୋପୀୟ, ଯିଏକି ନୋବେଲ୍ ପୁରସ୍କାର ହାତେଇଥିଲେ ।

୧୮୬୧ ମସିହା ମେ ମାସ ୭ ତାରିଖରେ ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋର କୋଲକାତାରେ ଜନ୍ମଗ୍ରହଣ କରିଥିଲେ । ପିତା ଦେବେନ୍ଦ୍ର ନାଥ ଟାଗୋର ଏବଂ ମାଆଙ୍କ ନାମ ଶାରଦା ଦେବୀ ଥିଲା । ସେ ସ୍କୁଲ୍ ଶିକ୍ଷା ସମାପ୍ତ କରିବା ପରେ ଲଣ୍ଡନ୍ ୟୁନିଭର୍ସିଟିରେ ଆଇନ୍ ପାଠ ପଢିଥିଲେ । ହେଲେ ଡିଗ୍ରୀ ପାଇବା ପୂର୍ବରୁ ସେ ଭାରତ ଫେରି ଆସିଥିଲେ ।

ଭାରତର ଜାତୀୟ ସଙ୍ଗୀତ ‘ଜନ ଗଣ ମନ ଅଧିନାୟକ’ ଏବଂ ବାଂଲାଦେଶର ‘ଆମର ସୋନାର ବାଙ୍ଗଲା’ ରଚନା କରିଥିବା ଟାଗୋର ମହାତ୍ମା ଗାନ୍ଧୀଙ୍କୁ ଖୁବ୍ ସମ୍ମାନ କରନ୍ତି । ଯିଏକି ଗାନ୍ଧୀଜିଙ୍କୁ ମହାତ୍ମା ଉପାଧି ପ୍ରଦାନ କରିଥିଲେ ।

ତାଙ୍କର ଅନେକ ରଚନା ମଧ୍ୟରୁ କାବୁଲିବାଲା ଅନ୍ୟତମ ଥିଲା । ଏହାବ୍ୟତିତ ତାଙ୍କ ରଚିତ ଶେଷ ମହାକାବ୍ୟ ହେଉଛି ଗୀତାଞ୍ଜଳୀ । ଯେଉଁଥିପାଇଁ ତାଙ୍କୁ ୧୯୧୩ ମସିହାରେ ନୋବେଲ୍ ପୁରସ୍କାରରେ ସମ୍ମାନିତ କରା ଯାଇଥିଲା ।

ବିଶ୍ୱକବି ଭାବେ ପରିଚିତ ରବୀନ୍ଦ୍ରନାଥ ଟାଗୋର ପ୍ରାୟ ୨୨୩୦ ଟି ଗୀତର ରଚନା କରିଥିଲେ ।

 

Leave A Reply

Your email address will not be published.