ଭୁବନେଶ୍ୱର: ଦେବଭୂମି ଭାବେ ପରିଚିତ ଅନୁଗୋଳର ଜିନ୍ଦଲ ନଗରରେ ଉତ୍ସାହ ଉଦ୍ଦିପନାରେ ଆୟୋଜିତ ହୋଇଯାଇଛି ପବିତ୍ର ରଥଯାତ୍ରା । ପୁରୀ ଶ୍ରମନ୍ଦିର ଢାଞ୍ଚାରେ ରଥ ଉପରେ ବିଜେ ହୋଇଥିବା ତିନି ଠାକୁରଙ୍କ ରଥକୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଛେରା ପହଁରା କରିଥିଲେ । ପରେ ଅପରାହ୍ନ ସାଢେ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା । ତିନି ରଥକୁ ଦେବଭୂମିରୁ ଟାଉନସିପ୍ରେ ଥିବା ଗୁଣ୍ଡିଚା ମନ୍ଦିରକୁ ଟାଣି ନିଆଯାଇଥିଲା । ଏଠାରେ ମଧ୍ୟ ମହିଳାମାନେ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣି ନେଇଥିଲେ । ଏହି ସମୟରେ ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷା ସାଲୁ ଜିନ୍ଦଲ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ନବିନ ଜିନ୍ଦଲ କହିଥିଲେ ଯେ, ସମାଜର ଉନ୍ନତି ପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ଶକ୍ତି ଦିଅନ୍ତୁ ଓ ସମସ୍ତଙ୍କୁ କୃପା ଦୃଷ୍ଟିରେ ଦେଖନ୍ତୁ । ସେହିଭଳି ସମାଜର ପ୍ରତିଟି ଲୋକଙ୍କୁ ପ୍ରଭୁ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି କହିଥିଲେ ସାଲୁ ଜିନ୍ଦଲ । ଏହି କାର୍ଯ୍ୟକ୍ରମରେ ଜେଏସପିର ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦ୍ର ଝା, ତାଙ୍କ ପତ୍ନୀ ସିପ୍ରା ଝା, ଅନୁଗୋଳ କ୍ଷେତ୍ର ମୁଖ୍ୟ ହୃଦୟଶ୍ୱର ଝା, ଦାମୋଦର ମିତଲ, ଅନୀତା ମିତଲ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.