Latest Odisha News

BREAKING NEWS

କରୋନାରୁ ବର୍ତ୍ତିବା ପାଇଁ ଚାଲିଛି କରୋନା ମାତାଙ୍କ ପୂଜା

ମାଲକାନଗିରି: ଭାରତରେ ଲୋକେ ୩୩ କୋଟି ଦେବାଦବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ପୁରାଣ ଅନୁସାରେ ଦେବାଦେବୀଙ୍କର ରହିଛି ଅନେକ ବେଶ, ଅନନ୍ୟ ନାମ । ତେବେ ଦେବାଦେବୀଙ୍କର ଏପରି ବି କିଛି ନାମ ରହିଛି ଯାହା ଲୋକଙ୍କୁ ଏକାଧିକ ଥର ଚିନ୍ତା କରିବାକୁ ବାଧ୍ୟ କରିଥାଏ । ଏହି ଧାରାରେ ମାଲକାନଗିରି ଛତିଶଗଡ ସୀମାନ୍ତରେ ଉଭା ହୋଇଛନ୍ତି କରୋନା ମାତା ।

ଛତିଶଗଡର ରାଜନାନ୍ଦ ଗାଁରେ ମହିଳାମାନେ ଏକ ଗଛ ଉପରେ ଆସ୍ଥା ପ୍ରକଟ କରି କରୋନା ମାତା ରୂପେ ପୂଜା କରୁଛନ୍ତି । କରୋନା ମହାମାରୀର ଦ୍ୱିତୀୟ ଲହରରୁ ବର୍ତ୍ତିିବା ପାଇଁ ଲୋକେ ଏବେ ଭଗବାନଙ୍କ ଚରଣରେ ଆଶ୍ରିତ ହୋଇଛନ୍ତି । ଲକଡାଉନ୍‌ରେ ସମସ୍ତ ମନ୍ଦିର ବନ୍ଦ ରହିଥିବାବେଳେ ରାଜନାନ୍ଦ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଦ୍ଭୁତ ଦୃଶ୍ୟ ।

ମହାମାରୀ ଭୟରେ ସ୍ଥାନୀୟ ମହିଳାମାନେ ହାତରେ ନଡିଆ, ମିଠା, କ୍ଷିରୀ, ଚୁଡି, ଦୀପ ଓ ଧୂପ ଧରି ଏକ ଗଛମୂଳେ ପୂଜା କରୁଛନ୍ତି । ତେବେ ପୂଜା ସମୟରେ ସମସ୍ତେ ମାସ୍କ ପରିଧାନ କରିବାକୁ ଭୁଲିନାହାନ୍ତି । ଏହି ଘଟଣା ଏବେ ଚାରିଆଡେ ଆଲୋଡନ ସୃଷ୍ଟି କରିଛି ।

ଯେଉଁଠି ହେତୁବାଦୀଙ୍କ ମତରେ ବିଜ୍ଞାନ ହିଁ କରୋନା ଭାଇରସକୁ ମୁକାବିଲା କରିବାରେ ସକ୍ଷମ, ସେଠି ଏକ ଗଛକୁ କରୋନା ମାତା କହି ଲୋକଙ୍କ ପୂଜାର୍ଚ୍ଚନା ଖୁବ ଚର୍ଚ୍ଚା ସାଉଣ୍ଟିଛି । ବର୍ତ୍ତମାନ ସୁଦ୍ଧା ଅନେକ ଅଂଚଳରେ କରୋନା ରୋଗୀଙ୍କୁ ମିଳିପାରୁନାହିଁ ସଠିକ୍ ଚିକିତ୍ସା । ଏପରି ସ୍ଥିତିରେ ଲୋକେ କରୋନା ମାତାଙ୍କୁ ପୂଜା କରିବା କୌଣସି ଆଶ୍ଚର୍ଯ୍ୟକର ଘଟଣା ନୁହେଁ ।

Leave A Reply

Your email address will not be published.