Latest Odisha News

BREAKING NEWS

କରୋନା ପ୍ରଭାବିତଙ୍କ ସହାୟତା ପାଇଁ ଆଗକୁ ଆସିଲେ ଅଭିନେତ୍ରୀ ସଞ୍ଜନା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ବଲିଉଡ୍‌ ସେଲିବ୍ରିଟି ଲୋକଙ୍କୁ ସହାୟତାର ହାତ ବଢାଉଥିବା ଦେଖିବାକୁ ମିଳୁଛି। ବଲିଉଡ୍‌ ଅଭିନେତ୍ରୀ ସଞ୍ଜନା ସାଙ୍ଘି ମଧ୍ୟ ଏହି ସମୟରେ ସମାଜ କଲ୍ୟାଣ ପାଇଁ ଆଗେଇ ଆସିଛନ୍ତି।

ସେ ଏକ ଏନଜିଓ, ସେଭ୍ ଦି ଚାଇଲ୍ଡ୍ ସହିତ ହାତ ମିଳାଇଛନ୍ତି। ଯାହା କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଭାରତର ଦୁର୍ଗମ ଅଞ୍ଚଳର ଅସୁରକ୍ଷିତ ତଥା ଅସାମାଜିକ ସମ୍ପ୍ରଦାୟର ପିଲା ଏବଂ ପରିବାରକୁ ସହଯୋଗ କରୁଛି।

ଏନଜିଓ ସହିତ ଏହିପରି ଏକ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ସଞ୍ଜନା।

 

Leave A Reply

Your email address will not be published.