Latest Odisha News

BREAKING NEWS

ପାରାଦୀପ ହରିଦାସପୁର ରେଳ ଲାଇନରେ ଟ୍ରେନ ଗଡୁ ଗଡୁ ରେଳରୋକ

ପାରାଦୀପ- ହରିଦାସପୁର ରେଳ ଲାଇନରେ ଆଜି ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ ଗଡିଛି । ଟ୍ରେନଟି କେନ୍ଦ୍ରାପଡାରୁ ରାଉରକେଲା ଅଭିମୁଖେ ବାହାରିଥିବା ବେଳେ କେନ୍ଦ୍ରାପଡା ମାର୍ଶାଘାଇ ନିକଟ ନୂଆଗାଁରେ ସ୍ଥାନୀୟ ଲୋକେ ରେଳ ରୋକ କରିଥିଲେ । ମାଲବାହୀ ନୁହେଁ ପାସେଂଜର ଟ୍ରେନ ଚଳାଇବା ପାଇଁ ସେମାନେ ଦାବି କରିଥିଲେ । ଏ ନେଇ ଷ୍ଟେସନ ମ୍ୟାନେଜରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲେ ।

କିଛି ଦିନ ତଳେ ଏ ଲାଇନରେ ପାସେଂଜର ଟ୍ରେନ ଚଳାଚଳ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାସେଂଜର ଟ୍ରେନ ଚଳାଚଳ କଲେ ସ୍ଥାନୀୟ ଲୋକେ ଉପକୃତ ହେବେ ବୋଲି ସେ ଚିଠିରେ ଦର୍ଶାଇଥିଲେ ।

Leave A Reply

Your email address will not be published.