Latest Odisha News

BREAKING NEWS

ଅଗଷ୍ଟ ୩୧ ଯାଏଁ ଢେଙ୍କାନାଳରେ ସାପ୍ତାହନ୍ତ ସଟଡାଉନ୍‌

ଢେଙ୍କାନାଳ: କରୋନା ସଂକ୍ରମଣକୁ ରୋକିବା ଲାଗି ଢେଙ୍କାନାଳ ପ୍ରଶାସନ ପକ୍ଷରୁ ଅଗଷ୍ଟ ୩୧ ଯାଏଁ ଜିଲ୍ଲାରେ ସାପ୍ତାହନ୍ତ ସଟଡାଉନ୍ ଜାରି ରହିବ ବୋଲି ଘୋଷଣା କରାଯାଇଛି ।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଳାପାଳ ଭୁମେଶ ଚନ୍ଦ୍ର ବେହେରା କହିଛନ୍ତି ଯେ ଅଗଷ୍ଟ ମାସରେ କରୋନା ସ୍ଥିତି ଚିନ୍ତାଜନକ ହେବାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ମାସ ଶେଷ ଯାଏଁ ଜିଲ୍ଲାରେ ସାପ୍ତାହନ୍ତ ସଟଡାଉନ ଘୋଷଣା କରାଯାଇଛି ।

ତେବେ ସପ୍ତାହର ଶନିବାର ଓ ରବିବାର ଦିନ ଅଣ ଅତ୍ୟାବଶ୍ୟକ ସେବା, ବ୍ୟବସାୟିକ ପ୍ରତିଷ୍ଠାନ ଓ ଗାଡିମୋଟର ଯାତାୟାତକୁ ଅନୁମତି ପ୍ରଦାନ କରାଯିବ ନାହିଁ ।

ସୂଚନାଯୋଗ୍ୟ, ଏହି ସଟଡାଉନ ସମୟରେ ସମସ୍ତ ମେଡିକାଲ୍ ପ୍ରତିଷ୍ଠାନ, ମେଡସିନ୍ ଦୋକାନ, ଆମ୍ବୁଲାନ୍ସ ସେବା ଆଦି ଉପଲବ୍ଧ ହେବ । ଏହାଛଡା ପେଟ୍ରୋଲ୍ ପମ୍ବ, ଟେଲିକମ୍ ସେବା, ପୋଲିସ, ଅଗ୍ନିଶମ ସେବା ବ୍ୟତିତ କେନ୍ଦ୍ର ଓ ରାଜ୍ୟ ସରକାରୀ ଏମରଜେନ୍ସି ଡ୍ୟୁଟି ସବୁ ଜାରି ରହିବ ।

Leave A Reply

Your email address will not be published.