Latest Odisha News

BREAKING NEWS

ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ‘ପୁଷ୍ପା-୨’ର ହେବ ସୁଟିଂ

ଭୁବନେଶ୍ୱର: ମାଲକାନଗିରି ମାଟିର କାହାଣୀ ଦମନ ସିନେ ପ୍ରେମୀଙ୍କ ମନ ଜିଣିବା ପରେ ଆସିଛି ଆଉ ଏକ ଖୁସି ଖବର । ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା-୨’ର ସୁଟିଂ ହେବ ବୋଲି ଜଣାପଡ଼ିଛି ।

ସ୍ୱାଭିମାନ ଅଞ୍ଚଳରେ ‘ପୁଷ୍ପା-୨’ ଫିଲ୍ମର ସୁଟିଂ ଲାଗି ସ୍ଥାନୀୟ ପ୍ରଶାସନ ସମ୍ପୃକ୍ତ ପ୍ରଡକ୍ସନ ସଂସ୍ଥାକୁ ଅନୁମତି ଦେଇଛି । ସୁଟିଂ ଆରମ୍ଭ ପୂର୍ବରୁ ୬ ଜଣିଆ ମେମ୍ବର ମାଲକାନଗିରି ଆସି ହନ୍ତାଳଗୁଡ଼ା, ସର୍କୁବନ୍ଧ ଝୁଲା ପୋଲ ଏବଂ ଅନ୍ୟ ଅଞ୍ଚଳ ବୁଲି ଦେଖିଛନ୍ତି ।

Location Scouting Allu Arjun’s Pushpa 2 Team In Odisha’s Malkangiri, Shooting Likely In May

୬ ଜଣିଆ ଟିମ୍ ମାଲକାନଗିରି ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ସୁଟିଂ ପାଇଁ ଅନୁମତି ମାଗିଥିଲେ । ଏବେ ଅନୁମତି ମିଳିଥିବାରୁ ମେ ପ୍ରଥମ ସପ୍ତାହରୁ ‘ପୁଷ୍ପା-୨’ର ସୁଟିଂ ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ସୁଟିଂ ଆରମ୍ଭ ପୂର୍ବରୁ ଫାଇଟ୍ ମାଷ୍ଟର, ସହକାରୀ ନିର୍ଦ୍ଦେଶକ, କଳା ନିର୍ଦ୍ଦେଶକ, କ୍ରିଉ ମେମ୍ବର୍ସ ମାଲକାନଗିରିରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ‘ପୁଷ୍ପା’ ଚଳଚ୍ଚିତ୍ରର ଅପୂର୍ବ ସଫଳତା ପରେ ‘ପୁଷ୍ପା-୨’କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି ।

ନିକଟରେ ‘ପୁଷ୍ପା-୨’ର ପୋଷ୍ଟର ଓ ଟିଜର୍ ରିଲିଜ୍ ହୋଇଥିବା ବେଳେ ବେଶ୍ ଦର୍ଶକୀୟ ଆଦୃତି ମିଳିଛି । ପୋଷ୍ଟରରେ ଅଲ୍ଲୁ ଅର୍ଜୁନ ଶାଢ଼ି ସହ ଗହଣା ପିନ୍ଧିଥିବା ନଜର ଆସିଥିଲେ । ‘ପୁଷ୍ପା-୨’ ୨୦୨୪ରେ ରିଲିଜ୍ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.