Latest Odisha News

BREAKING NEWS

ଲକ୍‌ଡାଉନ ଡାଏରୀ : ମନ ପସନ୍ଦର ବ୍ୟଞ୍ଜନ ରୋଷେଇରେ ଫୋକସ୍ କରୁଛନ୍ତି ଶିକ୍ଷାବିତ୍ ବିଜୟ ସାହୁ

ଭୁବନେଶ୍ୱର: ଦେଶବ୍ୟାପୀ ଏବେ ୨୧ ଦିନିଆ ଲକ୍‌ଡାଉନ ଚାଇିଥିବାରୁ ସମସ୍ତେ ଘରେ ରହୁଛନ୍ତି । ତେବେ ସବୁବେଳେ ସମସ୍ତେ କାମ ପାଇଁ ଅଣନିଶ୍ୱାସୀ ହୋଇ ଦୌଡୁଥିବା ବେଳେ ଏବେ ସମସ୍ତଙ୍କ ପାଖେ ସମୟ ହିଁ ସମୟ । ତେବେ ଏହି ସମୟରେ କେମିତି କଟୁଛି ଦିନ ଜାଣିବା ଓଡିଶାର ଜଣେ ଜଣାଶୁଣା ଶିକ୍ଷାବିତ୍ ବିଜୟ ସାହୁଙ୍କଠାରୁ ।

ଓଡିଶାରେ ସ୍କୁଲ୍ ଶିକ୍ଷା ପାଇଁ ଆନ୍ତର୍ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ସାଇ ଇଣ୍ଟରନ୍ୟାସ୍‌ନାଲ୍ ସ୍କୁଲ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ଅଛନ୍ତି ବିଜୟ ।

ବିଜୟଙ୍କ ପାଇଁ ଲକ୍‌ଡାଉନ ତାଙ୍କ ପ୍ରିୟ କାମ ପାଇଁ ସମୟ ଆଣି ଦେଇଛି । ତାଙ୍କୁ ରୋଷେଇ କରିବା ପାଇଁ ଖୁବ୍ ଭଲ ଲାଗେ । ତେଣୁ ଏହି ଲକ୍‌ଡାଉନ ସମୟରେ ସେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରୁଥିବା କହିଛନ୍ତି ।

ଭୋର ୫ଟାରୁ ଉଠି ପ୍ରାତଃ ଭ୍ରମଣ ସହ ଯୋଗ କରୁଛନ୍ତି ସେ । ଦିନର ୱାର୍କ ଫ୍ରମ ହୋମ ଆରମ୍ଭ ହୁଏ ଗୁଗୁଲ ହ୍ୟାଙ୍ଗ୍ ଆଉଟ ଜରିଆରେ ନିଜର ବରିଷ୍ଠ କର୍ମଚାରୀଙ୍କ ସହ ଆଲୋଚନାରୁ । ଏହି ସମୟରେ ଦିନର କାର୍ଯ୍ୟ ଯୋଜନା ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା କ୍ଲାଉଡ ସ୍କୁଲ ଓ ହ୍ୟାଙ୍ଗ ଆଉଟ୍ କ୍ଲାସ ନେଇ ସ୍ଥିର ହୋଇଥାଏ । ତାଙ୍କର ପୁରା ଟିମ୍ ସବୁ ଦିନ ସନ୍ଧ୍ୟା ୭ଟା ଯାଏଁ ଏହି ଭଳି ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟ କରୁଥିବା ସେ କହିଛନ୍ତି ।

ଏଥି ସହିତ ସେ ଏକାଥରକେ ୨୫୦ ଛାତ୍ରଛାତ୍ରୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ କଥାବାର୍ତ୍ତା ହେଉଛନ୍ତି, ଯାହା ତାଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ଅନୁଭୂତି ବୋଲି ସେ ବର୍ଣ୍ଣନା କରନ୍ତି ।

ବିଜୟ କହିଛନ୍ତି ଯେ, ସନ୍ଧ୍ୟାରେ ସେ ନିଜ ପରିବାର ସହ ମିଶି ମହାଭାରତ ଦେଖୁଛନ୍ତି । ସାଧାରଣ ସମୟରେ ସବୁ ବେଳେ ବ୍ୟସ୍ତ ରହୁଥିବା ବିଜୟ ଏହି ଲକ୍‌ଡାଉନ ସମୟରେ ନିଜ ପରିବାର ସହ ସମୟ କାଟିିବାର ସୁଯୋଗ ପାଇଥିବାରୁ ବେଶ୍ ଖୁସି ଅଛନ୍ତି । ଘରେ ରହି ବିଭିନ୍ନ ପ୍ରକାର ଖେଳ ଖେଳିବା ସହ ନିଜ ମନ ପସନ୍ଦର ପୁରୁଣା ଗୀତ ଶୁଣୁଛନ୍ତି ।

ତେବେ ଏସବୁ ଭିତରେ ମଧ୍ୟ କିଛି ସମୟ ବାହାର କରି ସେ ବହି ପଢିବାରେ ମନୋନିବେଶ କରୁଥିବା କହିଛନ୍ତି । ଘରେ ଏକ ସୁନ୍ଦର ଲାଇବ୍ରେରୀ ରଖିଥିବା ବିଜୟ ଏବେ ସେ ୟୁବଲ ନୋଆ ହରାରୀଙ୍କ ବହି ‘ଟ୍ୱେଣ୍ଟି ୱାନ ଲେସନସ୍ ଫର ଦି ଟ୍ୱେଣ୍ଟି ଫାଷ୍ଟ ସେଞ୍ଚୁରୀ’ ପଢୁଥିବା କହିଛନ୍ତି ।

ବିଜୟ କହିଛନ୍ତି ଯେ ବର୍ତ୍ତମାନର ଲକ୍‌ଡାଉନ ତାଙ୍କୁ ସମୟର ମୂଲ୍ୟକୁ ଆହୁରି ଭଲ ଭାବରେ ବୁଝିବାରେ ସହାୟକ ହୋଇଛି ।

Leave A Reply

Your email address will not be published.