Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ପ୍ରଥମ କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର ହେବ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ସୋମବାର ଦିନ ୭୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସରକାରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ କରାଯିବ ନେଇ ସୂଚନା ଦେଇଛନ୍ତି ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୪୨ଟି ପଜିଟିଭ୍ କେସ ମଧ୍ୟରୁ ଏହା ରାଜ୍ୟର ପ୍ରଥମ କରୋନା ଭାଇରସ୍ ମୃତ୍ୟୁ ।

ହସ୍ପିଟାଲ କର୍ତ୍ତୃପକ୍ଷ ରାଜ୍ୟସରକାରଙ୍କୁ ମୃତଦେହ ହସ୍ତାନ୍ତର କରିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗାଇଡ଼ଲାଇନ ଅନୁଯାୟୀ ଏହି କୋଭିଡ୍‌୧୯ ରୋଗୀଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଶ୍ରୀ ବାଗଚୀ କହିଛନ୍ତି ।

କୋଭିଡ୍ ୧୯ ରୋଗରେ ମୃତ ବ୍ୟକ୍ତିମାନଙ୍କର ଅନ୍ତିମ ସଂସ୍କାର ନେଇ ମାର୍ଚ୍ଚ ୧୮ ତାରିଖରେ କେନ୍ଦ୍ର ଏକ ଗାଇଡ଼ଲାଇନ ଜାରି କରିଥିଲେ ।

ଏହି ମୃତ ବ୍ୟକ୍ତି ଜଣକ ଏପ୍ରିଲ୍ ୪ ତାରିଖରେ ଚିକିତ୍ସା ନିମନ୍ତେ ଏପ୍ରିଲ୍ ୪ ତାରିଖରେ ଏମ୍ସରେ ଭର୍ତ୍ତି ହୋଇଥିଲେ । ଶ୍ୱାସ ଜନିତ ଏବଂ ହାଇପରଟେନସନ ରୋଗରେ ମଧ୍ୟ ପୂର୍ବରୁ ଏହି ବ୍ୟକ୍ତି ଜଣକ ପୀଡ଼ିତ ଥିଲେ । ଗତକାଲି ରାତିରେ ଏହି ମୃତବ୍ୟକ୍ତିଙ୍କର ସ୍ୱାବ ଓ ରକ୍ତ ପରୀକ୍ଷା ନିମନ୍ତେ ପଠାଯାଇଥିଲା ଏବଂ ପରେ ସେ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.