Latest Odisha News

BREAKING NEWS

କରୋନା ଲକ୍‌ଡାଉନ୍‌; ଜାଣନ୍ତୁ ରାଜଧାନୀର କେଉଁ ଷ୍ଟୋର ଆପଣଙ୍କ ଘରେ ପହଂଚାଇବ ଅତ୍ୟାବଶ୍ୟକ ସାମଗ୍ରୀ !

ଭୁବନେଶ୍ୱର: କରୋନାଭାଇରସ୍ ମହାମାରୀରେ ରାଜଧାନୀବାସୀଙ୍କ ସହ ସାଥିରେ ରହିଛି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ୍ । ପୂର୍ବରୁ ବିଏମସି ଘୋଷଣା କରିଥିଲା ଭୁବନେଶ୍ୱରବାସୀଙ୍କୁ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀର ହୋମ୍ ଡେଲିଭରୀ ସୁବିଧା ।

ଭୁବନେଶ୍ୱରର ସମସ୍ତ ସପିଂ ମଲ୍ ଓ ସଂପୃକ୍ତ ବ୍ୟକ୍ତିଙ୍କ ନମ୍ବର ବିଏମସି ଟୁଇଟ୍ ଜରିଆରେ ପ୍ରକାଶ କରିଛି । ପ୍ରକାଶ ପାଇଥିବା ତାଲିକାରେ ସମସ୍ତ ସପିଂ ମଲ୍ ଘରେଘରେ ସାମଗ୍ରୀ ପହଂଚାଇବେ । ହେଲେ ପ୍ରଶାସନ ତରଫରୁ ଯେଉଁ ଅଂଚଳକୁ ସିଲ୍ କିମ୍ବା ନିୟନ୍ତ୍ରଣ କ୍ଷେତ୍ର ମଧ୍ୟରେ ରଖାଯାଇଛି । ସେଠି ଏହି ସୁବିଧା ଉପଲବ୍‌ଧ ହେବ ନାହିଁ ।

ଏହି ସମସ୍ତ ଷ୍ଟୋର ୫କିମି ପରିଧୀ ଓ ସର୍ବନିମ୍ନ ୪୮ ଘଣ୍ଟା ସମୟ ମଧ୍ୟରେ ଅର୍ଡର ପୂରଣ କରିବେ । ତେବେ ଦିଆଯାଇଥିବା ନମ୍ବରରେ କଲ୍ ନ କରି ହ୍ୱାଟ୍ସଆପ୍ କରି ଅର୍ଡର କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.