Latest Odisha News

BREAKING NEWS

ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ବକେୟା ଆୟକର ରିଟର୍ଣ୍ଣ ତୁରନ୍ତ ପ୍ରଦାନ କରିବେ ସରକାର

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟବସାୟିକ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ରିହାତି ଦେବା ଉଦ୍ଦେଶ୍ୟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ରିଫଣ୍ଡ ତୁରନ୍ତ ପ୍ରଦାନ କରିବା ଲାଗି ଆୟକର ବିଭାଗ ଘୋଷଣା କରିଛି । ]ଏହା ଦ୍ୱାରା ୧୪ ଲକ୍ଷ ଟିକସଦାତା ଉପକୃତ ହୋଇପାରବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ସମସ୍ତ ବକେୟା ଜିଏସଟି ଏବଂ ସୀମାଶୁଳ୍କ ରିଫଣ୍ଡ ଫେରସ୍ତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟେଗ ସମେତ ପ୍ରାୟ ୧ ଲକ୍ଷ ବ୍ୟବସାୟିକ ସଂସ୍ଥା ଲାଭାନ୍ୱିତ ହୋଇପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହିପରି ଭାବେ ମୋଟ ୧୮,୦୦୦ କୋଟି ଟଙ୍କାର ରିଫଣ୍ଡ ଜାରି କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରି ମିଳିଛି ।

Leave A Reply

Your email address will not be published.