ନୂଆଦିଲ୍ଲୀ: ଗୁରୁଗ୍ରାମ ପରେ ଏବେ ଦିଲ୍ଲୀରେ ପସିଲେ ପଙ୍ଗପାଳ । ଏହାକୁ ନେଇ ଦିଲ୍ଲରେ ହାଇ ଆଲର୍ଟ ଜାରି ହୋଇଛି । ପରିସ୍ଥିତିକୁ ଦେଖି ଏହାର ମୁକାବିଲା ପାଇଁ ଦିଲ୍ଳୀ ସରକାର ଏକ ଜରୁରୀ ବୈଠକ ଡାକିଛନ୍ତି । ଦିଲ୍ଲୀ ବିକାଶ ମନ୍ତ୍ରୀ ଗୋପାଳ ରାୟ ଏହି ବୈଠକ ଡାକିଛନ୍ତି । ବୈଠକରେ ପରିସ୍ଥିତିର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ପରାମର୍ଶଦାତା ଜାରି କରିବେ ।
ସେପଟେ ଗୁରୁଗ୍ରାମ-ଦ୍ୱାରକା ଏକ୍ସପ୍ରେସୱେ ଅଞ୍ଚଳର ବିମାନବନ୍ଦର ନିକଟରେ ପଙ୍ଗପାଳମାନେ ଦେଖାଯିବା ପରେ ବିମାନ ଅବତରଣ ଏବଂ ବିମାନ ଉଡ଼ାଣ ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପାଇଲଟମାନଙ୍କୁ ଦିଲ୍ଲୀ ଏୟାର ଟ୍ରାଫିକ କଣ୍ଟ୍ରୋଲ ଶନିବାର ନିର୍ଦ୍ଦେଶ ଦେଇଛି। ଏହା ସହ ପରିସ୍ଥିତି ଉପରେ ନଜର ରଖିବା ପାଇଁ ଏକ ଟିମ୍ ମଧ୍ୟ ଗଠନ କରାଯାଇଛି।
ଏଟିସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିମାନବନ୍ଦର ନିକଟରେ ପଙ୍ଗପାଳ ଦେଖାଯିବ ପରେ ସମସ୍ତ ବିମାନର ପାଇଲଟଙ୍କୁ ଚେତାବନୀ ଦିଆଯାଇଛି । ପଙ୍ଗପାଳକୁ ଦୃଷ୍ଟିରେ ରଖି ଆମେ ଏକ ଟିମ୍ ମଧ୍ୟ ଗଠନ କରିଛୁ। ବର୍ତ୍ତମାନ ଦିଲ୍ଲୀ ବିମାନବନ୍ଦରରେ ପୂର୍ବ ଧାର୍ଯ୍ୟ ସମୟ ଅନୁସାରେ ବିମାନ ଚଳାଚଳ କରୁଛି । ଆବଶ୍ୟକ ପଡିଲେ ଏହି ଉଡ଼ାଣ ଓ ଅବତରଣ ସମୟ ବଦଳାଯାଇପାରେ ବୋଲି ସେ କହିଛନ୍ତି ।
Comments are closed.