Latest Odisha News

BREAKING NEWS

ୟୁପିରେ ଟିଏମସିର ଏଣ୍ଟ୍ରି, ବଦଳରେ ମମତାଙ୍କ ଗଡ଼ରେ ଲଢ଼ିବ ସପା

ଉତ୍ତରପ୍ରଦେଶ: ଲୋକସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି ।  ନିର୍ବାଚନ ପାଇଁ ପ୍ରତି ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହାରି ଭିତରେ ଉତ୍ତରପ୍ରଦେଶରେ ତୃଣମୂଳ କଂଗ୍ରେସର ଏଣ୍ଟ୍ରି ହୋଇଛି । ସମାଜବାଦୀ ପାର୍ଟି ଟିଏମସିକୁ ଭଦୋହି ଆସନ ଅଫର କରିଥିବା ସୂଚନା ରହିଛି । ଏହା ବଦଳରେ ଟିଏମସି ସପାକୁ ପଶ୍ଚିମବଙ୍ଗରେ ଏକ ଆସନ ଦେବା ନେଇ ଚର୍ଚ୍ଚା ହେଉଛି ।  ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କିରଣ ମୟ ନନ୍ଦା ଭଦୋହି ଆାସନରୁ ଟିଏମସିର ଲଲିତେଶ ପତି ତ୍ରିପାଠୀଙ୍କୁ ପ୍ରାର୍ଥି କରିବା ନେଇ ସୂଚନା ଦେଇଛନ୍ତି । ସପା ଏବଂ କଂଗ୍ରେସ ଭିତରେ ଉତ୍ତର ପ୍ରଦେଶରେ ଆସନ ଅଦଳବଦଳକୁ ନେଇ ପ୍ରଥମରୁ ହିଁ ନିଶ୍ଚିତ ଥିଲା ।

ଅଖିଳେଶଙ୍କୁ ଭେଟିଥିଲେ ଲଲିତେଶ

ଏହା ପୂର୍ବରୁ ମହାମେଣ୍ଟକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ସପାର ମୁଖ୍ୟ ଅଖିଳେଶ ଯାଦବଙ୍କ ସହ କଥା ହୋଇଥିଲେ । ମମତା ବାନାର୍ଜି ଲଲିତେଶଙ୍କୁ ଉତରପ୍ରଦେଶର ଚନ୍ଦୋଲି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ଯୋଜନା କରୁଥିଲେ । ସେପଟେ ଲଲିତେଶ ମଧ୍ୟ ସପା ମୁଖ୍ୟଙ୍କୁ ନିକଟରେ ଭେଟିଥିଲେ । ଏହି ସାକ୍ଷାତକାରର ଫଟୋ ମଧ୍ୟ ସୋସିଆଲରେ ସେୟାର କରିଥିଲେ ଲଲିତେଶ ।

ମମତା ଚାହୁଁଥିଲେ ଚନ୍ଦୋଲି ଆସନ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଚାହୁଁଥିଲେ ଲଲିତେଶ, କମଳପତି ତ୍ରିପାଠୀଙ୍କ ଆସନ ସମ୍ଭାଳନ୍ତୁ । ଏବଂ ସେ ଚନ୍ଦୋଲିରୁ ଲୋକସଭା ପାଇଁ ଲଢ଼ନ୍ତୁ । ଚନ୍ଦୋଲି ଲଲିତେଶ ପତି ତ୍ରିପାଠୀଙ୍କ ଦାଦା ଏବଂ ବରିଷ୍ଠ କଂଗ୍ରେସ ନେତା କମଲପତି ତ୍ରିପାଠୀଙ୍କ କର୍ମ ଭୂମି । ଏଠାର ଲୋକ ଆଜି ବି ତାଙ୍କ ନାଁ ସମ୍ମାନର ସହ ନିଅନ୍ତି । ଲଲିତେଶଙ୍କ ଜେଜେ ମାଆ ଚନ୍ଦ୍ରକଳା ତ୍ରିପାଠୀ ଚନ୍ଦୋଲିରୁ ମଧ୍ୟ ସାଂସଦ ରହିଥିଲେ । ଯାହା ପାଇଁ ମମତାଙ୍କ ଚେଷ୍ଟା ଥିଲା କି ଚନ୍ଦୋଲି ଆସନରୁ ଲଢ଼ନ୍ତୁ ଲଲିତେଶ ।

ଲଲିତେଶ ତ୍ରିପାଠୀ କିଏ?

ଲଲିତେଶ ପତି ତ୍ରିପାଠୀ ଉତ୍ତର ପ୍ରଦେଶର ଟିଏମସିର ନେତା । ଏହା ପୂର୍ବରୁ ସେ କଂଗ୍ରେସରେ ଥିଲେ । ପ୍ରିୟଙ୍କା ଗାନ୍ଧୀଙ୍କ ବେଶ ନିକଟତର ଥିଲେ ଲଲିତେଶ । କଂଗ୍ରେସ ଛାଡ଼ି ଟିଏମସିରେ ମିଶିଥିଲେ । ଲଲିତେଶ ମିର୍ଜାପୁରରୁ ମଧ୍ୟ ବିଧାୟକ ଥିଲେ । ଏହା ବ୍ୟତିତ ୨୦୧୪ରେ କଂଗ୍ରେସରୁ ଟିକଟ ପାଇ ଲୋକସଭା ନିର୍ବାଚନ ଲଢ଼ିଥିଲେ । ହେଲେ ବିଜୟୀ ହୋଇପାରିନଥିଲେ ।

Comments are closed.