Latest Odisha News

BREAKING NEWS

୨୮ରେ ଓଡ଼ିଶା ଆସିବେ ମହାମହିମ, ଗସ୍ତ ପାଇଁ କମିଶନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି କମିଶନରେଟ ପୋଲିସର । ୪ ଦିନିଆ ଓଡ଼ିଶା ଗସ୍ତ ସମୟରେ ରାଷ୍ଟ୍ରପତି ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ରାଜଧାନୀରେ ସୁରକ୍ଷା ଦାୟିତ୍ୱରେ ରହିବେ ୩୦ ପ୍ଲାଟୁନ ଫୋର୍ସ । ନିରୀକ୍ଷଣ ଦାୟିତ୍ୱରେ ରହିବେ ୮୫ ଜଣ ଅଫିସର । ୩ଟି କ୍ୱିକ ରେସ୍ପନ୍ସ ଟିମ, ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ ସୁରକ୍ଷା ଦାୟିତ୍ୱରେ ରହିବେ । ୧୨ ଅତିରିକ୍ତ ଡିସିପି, ୨୫ ଏସିପି, ୪୦ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ । ୧୬୦ ଟ୍ରାଫିକ ଓ ୧୫୦ ହୋମଗାର୍ଡ ନିୟୋଜିତ ହେବେ ।

ବ୍ଲୁ ବୁକ ଗାଇଡ଼ଲାଇନ ମୁତାବକ, ପୁରା ସହରକୁ ପୋଲିସ ଛାଉଣୀ କରାଯିବ । ସଭାସ୍ଥଳରେ ପ୍ରୋଟକଲ ମୁତାବକ ନିମନ୍ତ୍ରିତ ଅତିଥିଙ୍କ ତଥ୍ୟ ରହିବ । ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ସଡ଼କ ପଥରେ ରହିଥିବାରୁ, ସେହି ଅନୁସାରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ତେବେ ୨୭ ତାରିଖରେ କାରକେଡ୍ ରିହର୍ସାଲ ହେବ ବୋଲି କହିଛନ୍ତି ଡିସିପି ।

Leave A Reply

Your email address will not be published.