Latest Odisha News

BREAKING NEWS

ବଡ଼ ଖବର: ଲୋକସଭା ନିର୍ବାଚନ ଏପ୍ରିଲ୍ ୧୧ରୁ ମେ ୧୯, ମେ ୨୩ ରେ ଫଳାଫଳ ଘୋଷଣା

ନୂଆଦିଲ୍ଲୀ: ନିର୍ବାଚନ କମିଶନ ବହୁ ପ୍ରତିକ୍ଷୀତ ୨୦୧୯ ଲୋକସଭା ନିର୍ବାଚନ ଏପ୍ରିଲ୍ ୧୧ ତାରିଖରେ ଅନୁଷ୍ଠିତ ହେବ ବୋଲି ରବିବାର ଦିନ ଘୋଷଣା କରିଛନ୍ତି । ୭ଟି ପର୍ଯ୍ୟାୟରେ ଏହି ଲୋକସଭା ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ । ନିର୍ବାଚନ ଏପ୍ରିଲ୍ ୧୧ରୁ ମେ ୧୯, ମେ ୨୩ ରେ ଫଳାଫଳ ଘୋଷଣା ହେବ ।

୧ମ ପର୍ଯ୍ୟାୟ ଏପ୍ରିଲ ୧୧, ୨ୟ ଏପ୍ରିଲ ୧୮ ତାରିଖ, ୩ୟ ଏପ୍ରିଲ ୨୩ ତାରିଖ, ୪ର୍ଥ ୨୯ ତାରିଖ, ୫ମ ପର୍ଯ୍ୟାୟ ମେ ୬, ୬ଷ୍ଠ ପର୍ଯ୍ୟାୟ ମେ ୧୨ ଏବଂ ଅନ୍ତିମ ୭ମ ପର୍ଯ୍ୟାୟ ଭୋଟ ମେ ୧୯ ତାରିଖରେ ଅନୁଷ୍ଠିତ ହେବ ।

ଋବିବାର ଦିନ ନୂଆଦିଲ୍ଲୀଠାରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏକ ସାମ୍ବାଦିକ ସମ୍ମିଳନୀରେ ୨୦୧୯ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ଏହି ନିର୍ବାଚନ ତାରିଖ ଘୋଷଣା ହେବା ସହିତ ନିର୍ବାଚନ ଆଚରଣ ବିଧି ମଧ୍ୟ କଡ଼ାକଡ଼ି ଭାବେ ଲାଗୁ ହୋଇଛି ।

ଏହି ଆଚରଣ ବିଧି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍ ଆରୋରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ସମଗ୍ର ଭାରତରେ ଅନୁଷ୍ଠିତ ହେଉଥିବା ଏହି ଲୋକସଭା ସଂସଦୀୟ ନିର୍ବାଚନ ୧୦ ଲକ୍ଷ ପୋଲିଂ ଷ୍ଟେସନରେ ୫୪୩ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ଅନୁଷ୍ଠିତ ହେବ ।

Leave A Reply

Your email address will not be published.