Latest Odisha News

BREAKING NEWS

ବିଜେପିରେ ଯୋଗଦେଲେ ତେଲକୋଇର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ, ନିକଟରେ ବିଜେଡି ଛାଡିଥିଲେ

ଭୁବନେଶ୍ବର: ବିଜେପିରେ ଯୋଗଦେଲେ ତେଲକୋଇର ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ । ସେ ପ୍ରାର୍ଥୀ ପାଇଁ ଆଶାୟୀ ଥିବାବେଳେ, ଦଳ ଟିକେଟ୍ ନଦେବାରୁ ବେଦବ୍ୟାସ ଅସନ୍ତୁଷ୍ଟ ଥିଲେ । ସେନେଇ ବେଦବ୍ୟାସ ନିକଟରେ ବିଜେଡି ଛାଡିଥିଲେ ।

ଆଜି ବିଜେପି ରାଜ୍ୟ କାର୍ଯ୍ୟଳୟରେ ବେଦବ୍ୟାସ ସହ ଶହଶହ କର୍ମୀ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ।

୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତେଲକୋଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୬,୬୭୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇିଥିଲେ ।

ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜତୀୟ କଂଗ୍ରେସର ପ୍ରାର୍ଥୀ ଧନୁର୍ଜୟ ସିଦ୍ଦୁଙ୍କୁ ୧୩,୯୫୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.